ପଦବୀ ପୁନର୍ଗଠନ ଓ ଲେଭେଲ-୯ (ଗ୍ରେଡ ପେ- ୪୨୦୦ ) ନେଇ ବିଧାୟକ ମାନଙ୍କୁ ଦାବି ପତ୍ର ପ୍ରଦାନ କଲା ଓଡିଶା ରାଜସ୍ବ ଅମଲା ସଂଘ
କେନ୍ଦୁଝର, ୧ ଅଗଷ୍ଟ (ହି.ସ.)- ପଦବୀ ପୁନର୍ଗଠନ ଓ ରାଜସ୍ୱ ସହାୟକ ମାନଙ୍କ ମୂଳ ଦରମା ଲେଭେଲ-୯ (ଗ୍ରେଡ ପେ- ୪୨୦୦ ) ନେଇ ଓଡିଶା ରାଜସ୍ବ ଅମଲା ସଂଘ, କେନ୍ଦୁଝର ଶାଖା ତରଫରୁ କେନ୍ଦୁଝର ଜିଲ୍ଲାର ସମସ୍ତ ବିଧାୟକ, ବଦ୍ରି ନାରାୟଣ ପାତ୍ର, ବିଧାୟକ, ଘଷିପୁରା, ଶ୍ରୀଯୁକ୍ତ ଅଭିମନ୍ୟୁ ସେଠୀ, ବିଧାୟକ, ଆନନ୍
Amla sangha memorandum


କେନ୍ଦୁଝର, ୧ ଅଗଷ୍ଟ (ହି.ସ.)- ପଦବୀ ପୁନର୍ଗଠନ ଓ ରାଜସ୍ୱ ସହାୟକ ମାନଙ୍କ ମୂଳ ଦରମା ଲେଭେଲ-୯ (ଗ୍ରେଡ ପେ- ୪୨୦୦ ) ନେଇ ଓଡିଶା ରାଜସ୍ବ ଅମଲା ସଂଘ, କେନ୍ଦୁଝର ଶାଖା ତରଫରୁ କେନ୍ଦୁଝର ଜିଲ୍ଲାର ସମସ୍ତ ବିଧାୟକ, ବଦ୍ରି ନାରାୟଣ ପାତ୍ର, ବିଧାୟକ, ଘଷିପୁରା, ଶ୍ରୀଯୁକ୍ତ ଅଭିମନ୍ୟୁ ସେଠୀ, ବିଧାୟକ, ଆନନ୍ଦପୁର, ଶ୍ରୀଯୁକ୍ତ ଅତ୍କଳ ଚନ୍ଦ୍ର ନାଏକ, ବିଧାୟକ, ପାଟଣା ଓ ଡା: ଫକିର ମୋହନ ନାଏକ, ବିଧାୟକ, ତେଲକୋଇ ମାନଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି ।

ପ୍ରକାଶ ଥାଉ କି ଦୀର୍ଘ ବର୍ଷ ହେଲା ଜିଲ୍ଲା ସ୍ତରରେ କାର୍ଯ୍ୟରତ ରାଜସ୍ବ ଅମଲାମାନେ ତୃଣମୂଳ ସ୍ତରରୁ ରାଜ୍ୟ ସରକାରଙ୍କର ସମସ୍ତ ଜନହିତକର ଯୋଜନାଗୁଡ଼ିକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ନିଭାଇଥାନ୍ତି । ଏହାର ପ୍ରତିବଦଳରେ ସେମାନେ ରାଜ୍ୟ ସରକାରଙ୍କ ଦ୍ବାରା ସ୍ଥିରୀକୃତ କିଛି ସ୍ଵଳ୍ପ ବେତନକୁ ଛାଡ଼ି ଅନ୍ୟ କୌଣସି ସୁବିଧା ସୁଯୋଗ ଏ ପର୍ଯ୍ୟନ୍ତ ପାଇପାରି ନାହାନ୍ତି | ସରକାରଙ୍କୁ ବିଭିନ୍ନ ପତ୍ର ମାଧ୍ୟମରେ ଏବଂ ବିଭିନ୍ନ ସମୟରେ ସରକାରଙ୍କ ସହିତ ଆଲୋଚନା କରିବା ସତ୍ତ୍ବେ ଜିଲ୍ଲାସ୍ତରୀୟ କାର୍ଯ୍ୟରତ ରାଜସ୍ବ ଅମଲାମାନଙ୍କ କୌଣସି ଦାବି ଆଜି ପର୍ଯ୍ୟନ୍ତ ପୂରଣ କରିବା ପାଇଁ ସରକାର ଇଛା ପ୍ରକାଶ କରୁଥିବା ପରିଲକ୍ଷିତ ହେଇପାରୁନାହିଁ | ବର୍ଷ ବର୍ଷ ଧରି ଅମଲା ମାନଙ୍କ ନ୍ୟାର୍ଯ୍ୟ ଦାବିଗୁଡ଼ିକୁ ସରକାରୀ ସ୍ତରରେ ଅଣଦେଖା କରାଯାଇ ଆସୁଅଛି। ଜିଲ୍ଲା ସ୍ତରରେ କାର୍ଯ୍ୟରତ ରାଜସ୍ବ ଅମଲାମାନଙ୍କ ତୁଳନାରେ ଅନ୍ୟାନ୍ୟ କ୍ୟାଡରଭୁକ୍ତ କର୍ମଚାରୀମାନଙ୍କ ଏକାଧିକବାର ପଦବୀ ପୁର୍ନଗଠନ ସହିତ ଅନ୍ୟାନ୍ୟ ସୁବିଧା ସୁଯୋଗ ରାଜ୍ୟ ସରକାରଙ୍କ ତରଫରୁ ପ୍ରଦାନ କରାଯାଉଅଛି କିନ୍ତୁ, ଜିଲ୍ଲାସ୍ତରୀୟ ରାଜସ୍ୱ ଅମଲାମାନଙ୍କର ପଦବୀ ପୁନର୍ଗଠନ ୧୯୮୪ ମସିହା ପରଠାରୁ କରାଯାଇନାହିଁ ଏବଂ ରାଜ୍ୟ ସରକାରଙ୍କ ତରଫରୁ ଏ ଦିଗରେ କୌଣସି ପ୍ରକାର ତତ୍ପରତା ମଧ୍ଯ ପ୍ରକାଶ ପାଇଥୁବା ଭଳି ମନେହେଉ ନାହିଁ |

ଏଠାରେ ପ୍ରକାଶଥାଉ କି, ରାଜ୍ୟ ସରକାରଙ୍କ ଏତାଦୃଶ ମନୋଭାବରେ ଅତିଷ୍ଠ ହୋଇ ଏବଂ ବାରମ୍ବାର ରାଜ୍ୟ ସରକାରଙ୍କର ବୈମାତୃକ ମନୋଭାବରେ ନିରାଶ ହୋଇ ଓଡ଼ିଶା ରାଜସ୍ବ ଅମଲା ସଂଘର ପତ୍ରସଂଖ୍ୟା ୫୪ ତା୨୩-୦୬-୨୦୨୫ ରିଖରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗଙ୍କୁ ୧୦ ଦଫା ଦାବି ନେଇ ଏକ ଚରମ ପତ୍ର ପ୍ରଦାନ କରାଯାଇଥିଲା ଏବଂ ଏହା ସହିତ ଏହାର ଏକକିତା ଲେଖାଏଁ ନକଲ ମାନ୍ୟବର ମୁଖ୍ୟମନ୍ତ୍ରୀ, ରାଜସ୍ବମନ୍ତ୍ରୀ, ଅର୍ଥମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଓଡ଼ିଶା, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ପ୍ରମୁଖ ଶାସନ ସଚିବ, ଅର୍ଥ ବିଭାଗ ପ୍ରମୁଖଙ୍କୁ ପ୍ରଦାନ କରାଯାଇଥିଲା । ରାଜସ୍ୱ ବିଭାଗ ପତ୍ର ସଂଖ୍ୟା ୨୪୯୨୦, ତା୦୮-୦୭-୨୦୨୫ ରିଖ ମାଧ୍ୟମରେ ଉପରୋକ୍ତ ୧୦ ଦଫା ଦାବି ଉପରେ ସଂଘର କର୍ମକର୍ତ୍ତାମାନଙ୍କ ସହିତ ରାଜସ୍ୱ ମନ୍ତ୍ରୀ ଏବଂ ରାଜ୍ୟ ସରକାରଙ୍କର ଉଚ୍ଚ ପଦାଧିକାରୀମାନଙ୍କର ଏକ ବୈଠକର ଆୟୋଜନ ତା୦୯-୦୭-୨୦୨୫ ରିଖ ଅପରାହ୍ନ ୫:୦୦ ଘଟିକା ସମୟରେ ବୈଠକ ହୋଇଥିଲା । ବୈଠକରେ ଅନ୍ୟାନ୍ୟ ସମସ୍ତ ଦାବିଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା ହେବା ସହିତ ରାଜସ୍ବ ସେବା ପଦବୀର ସଂଶୋଧନ ଉପରେ ବହୁ ଗୁରୁତ୍ବପୂର୍ଣ ଆଲୋଚନା କରାଯାଇଥିଲା ଏବଂ ସଂଘର ଦାବି ମୁତାବକ ଏହାକୁ ସଂଶୋଧନ କରାଯିବ ବୋଲି ରାଜସ୍ବମନ୍ତ୍ରୀ ପ୍ରତିଶ୍ରୁତି ପ୍ରଦାନ କରିଥିଲେ । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଏହିକି ଯେ, ରାଜ୍ୟ ସରକାରଙ୍କ ଦ୍ବାରା ଦିଆଯାଇଥିବା ବୈଠକର ବିବରଣୀରେ ଏ ବିଷୟରେ କୌଣସି କଥା ଉଲ୍ଲେଖ କରାଗଲା ନାହିଁ ବରଂ ରାଜସ୍ୱ ସେବା (ନିଯୁକ୍ତି)ନିୟମାବଳୀ ସଂଶୋଧନ ଆଳରେ ତା୧୬-୦୭-୨୦୨୫ ରିଖ ରାଜ୍ୟ କ୍ୟାବିନେଟ୍‌ର ନିଷ୍ପତ୍ତି ଏବଂ ରାଜ୍ୟ ସରକାରଙ୍କ ରାଜସ୍ୱ ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗର ବିଜ୍ଞପ୍ତି ସଂଖ୍ୟା ୨୭୭୪୫, ତାରିଖ ୨୮-୦୭-୨୦୨୫ ପ୍ରକାରେ ଯେଉଁ ନିଷ୍ପତି ଗ୍ରହଣ କରାଗଲା ତାହା ଜିଲ୍ଲାସ୍ତରରେ କାର୍ଯ୍ୟରତ ରାଜସ୍ବ ଅମଲାମାନଙ୍କର ସ୍ବାଭିମାନକୁ କ୍ଷତ ବିକ୍ଷତ କଲାଭଳି ଅନୁଭବ ହେଲା ଲା । ତାଛଡା, ୨ ଦଫା ଦାବି ପୂରଣ କରିବାରେ ଅହେତୁକ ବିଳମ୍ବ ହେତୁ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକର ର ନିଷ୍ପତ୍ତି ଅନୁସାରେ ଏହା ସଂଘର ଜ୍ଞାପକ ସଂଖ୍ୟା :- ୬୦, ତାରିଖ १-०१-१०१४, ପତ୍ର ସଂଖ୍ୟା:- ୫୪, ତାରିଖ ୨୩-୦୬-୨୦୨୫ ଏବଂ ପତ୍ର ସଂଖ୍ୟା ୮୨, ତାରିଖ ୧୭-୦୭-୨୦୨୫ ପ୍ରକାରେ ଓଡିଶା ରାଜସ୍ବ ଅମଲା ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିଲା | ଏହା ସତ୍ତ୍ୱେ ବି ରାଜ୍ୟ ସରକାର ରାଜସ୍ବ ଅମଲା ମାନଙ୍କ ଦାବି ଗୁଡିକ ପ୍ରତି ଗୁରୁତ୍ବ ଦେଉଥିବାର ଉପଲବ୍ଧି କରାଯାଇପାରିନଥୁଲା | ଏହା ଜିଲ୍ଲା ସ୍ତରୀୟ କାର୍ଯ୍ୟରତ ରାଜସ୍ବ ଅମଲାମାନଙ୍କ ପ୍ରତି ରାଜ୍ୟ ସରକାରଙ୍କର ବୈମାତୃକ ମନୋଭାବର ବର ଏକ ଏକ ଜ୍ବଳନ୍ତ ନମୂନା ବୋଲି ପ୍ରମାଣିତ କରୁଅଛି ।

७०९.०८.१० ଏହି ପରିପ୍ରେକ୍ଷୀରେ ଜିଲ୍ଲାସ୍ତରୀୟ କାର୍ଯ୍ୟରତ ରାଜସ୍ୱ ଅମଲାମାନଙ୍କ ବହୁ ଦିନର ପ୍ରତିକ୍ଷିତ ଦାବି ପ୍ରତି ସରକାର ସ୍ବତନ୍ତ୍ର ଦୃଷ୍ଟି ଦେଉ ନଥୁବାରୁ ଦାବିଗୁଡିକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ରାଜସ୍ବ ଅମଲାଙ୍କ ପ୍ରତି ନ୍ୟାୟ ପ୍ରଦାନ କରିବା ପାଇଁ ତଥା ପଦବୀ ପୁନର୍ଗଠନ ଓ ରାଜସ୍ଵ ସହାୟକ ମାନଙ୍କ ମୂଳ ଦରମା ଲେଭେଲ-୯ (ଗ୍ରେଡ ପେ- ୪୨୦୦ ) ନେଇ ଓଡିଶା ରାଜସ୍ବ ଅମଲା ସଂଘ, କେନ୍ଦୁଝର ଶାଖା ତରଫରୁ ସଂଘର ସଭାପତି ଜିତେନ୍ଦ୍ର କୁମାର ମହାପାତ୍ର ଏବଂ ସାଧାରଣ ସମ୍ପାଦକ 1 ପ୍ରଭାତେନ୍ଦୁ ନାୟକ ଙ୍କ ନେତୃତ୍ବ ରେ କେନ୍ଦୁଝର ଜିଲ୍ଲାର ସମସ୍ତ ବିଧାୟକ ମାନଙ୍କୁ ଆଜି 098 ରିଖ ଦିନ ଦାବି ପତ୍ର ପ୍ରଦାନ କରାଯାଇଛି । ଉକ୍ତ ଦାବି ପତ୍ର ପ୍ରଦାନ ସମୟରେ ସଂଘର କା କାର୍ଯକାରୀ ସଭାପତି ସଚିନ କୁମାର ପଣ୍ଡା, ଉପଦେଷ୍ଟା କୈଳାଶ ଚନ୍ଦ୍ର ମଲ୍ଲିକ, ଉପଦେଷ୍ଟା ଭୁବନେଶ୍ବର ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ପରିଷଦର ସଭ୍ୟ ସନ୍ତୋଷ କୁମାର ରଣା, କୋଷାଧ୍ୟକ୍ଷ ପାର୍ଥ ସାରଥି ନାୟକ, ସଭ୍ୟ ଶ୍ରୀ ଶତପଥୀ, ସଭ୍ୟ ଶ୍ରୀ ଛବିଳ ପାତ୍ର, ମିଡି ମିଡିଆ ସଂଯୋଜକ ଶ୍ରୀ ପୀତବାସ ମହାନ୍ତ, ସଭ୍ୟା ଶ୍ରୀମତୀ ପଙ୍କଜିନୀ ସେଠୀ ଏବଂ ସଭ୍ଯା ଶ୍ରୀମତ ତୀ ଶିବାନୀ ନାଏକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ପରିପ୍ରେକ୍ଷୀରେ ତା ୧୧.୦୮.୨୦୨୫ ରିଖ ଠାରୁ ଅନିର୍ଦ୍ଦିଷ୍ଟ ସମୟ ପର୍ଯନ୍ତ ସମୂହ ଛୁଟିରେ ଯିବା ପୂର୍ବରୁ ତା ୦୩.୦୮.୨୦୨୫ ରିଖ ଦିନ କଲେକଟୋରେଟ କଳ କକ୍ଟରାଲ କ୍ଳବ ଠାରେ ରାଜସ୍ଵ ଅମଲା ମାନଙ୍କ ଏକ ଗୁରୁତ୍ବପୂର୍ଣ ବୈଠକ ଡକାଯାଇଛି ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande