ଲକ୍ଷ୍ନୌ, ୧ ଅଗଷ୍ଟ (ହି.ସ.)- ଉତର ପ୍ରଦେଶ ବିଶ୍ୱ ସ୍ତରରେ ପ୍ରତିଯୋଗିତା ପାଇଁ ଫୁଟୱିୟର, ଲେଦର ଏବଂ ଅଣ-ଚମଡ଼ା ଉତ୍ପାଦନ କ୍ଷେତ୍ରକୁ ପ୍ରସ୍ତୁତ କରିବା ଦିଗରେ ଠୋସ୍ ପଦକ୍ଷେପ ନେବା ଆରମ୍ଭ କରିଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର ଏମଏସଏମଇ ବିଭାଗର ସମୀକ୍ଷା ବୈଠକରେ କହିଛନ୍ତି ଯେ, ଉତର ପ୍ରଦେଶରେ ଏହି କ୍ଷେତ୍ରରେ ବିଶ୍ୱସ୍ତରୀୟ ସ୍ୱୀକୃତି ପାଇବାର ଅପାର ସମ୍ଭାବନା ରହିଛି । ସେ କହିଛନ୍ତି ଯେ, ରାଜ୍ୟର ପାରମ୍ପରିକ ଦକ୍ଷତା, ପ୍ରଶିକ୍ଷିତ କର୍ମଚାରୀ, କଂଚାମାଲ୍ ର ପ୍ରଚୁରତା ଏବଂ ଆଗ୍ରା, କାନପୁର ଏବଂ ଉନ୍ନାଓ ଭଳି ଦୃଢ଼ ଶିଳ୍ପ କେନ୍ଦ୍ରର ଉପସ୍ଥିତିକୁ ଦୃଷ୍ଟିରେ ରଖି ଏକ ସାମଗ୍ରିକ, ବ୍ୟବହାରିକ ଏବଂ ଫଳାଫଳ-ମୁଖୀ ନୀତି ପ୍ରଣୟନ କରିବା ଆବଶ୍ୟକ ହୋଇଯାଇଛି ।
ବୈଠକରେ ବିଭାଗୀୟ ଅଧିକାରୀଙ୍କ ସହିତ 'ଉତର ପ୍ରଦେଶ ଫୁଟୱିୟର, ଲେଦର ଏବଂ ଅଣ-ଚମଡ଼ା କ୍ଷେତ୍ର ବିକାଶ ନୀତି ୨୦୨୫' ର ଖସଡ଼ା ଉପରେ ଆଲୋଚନା କରି ମୁଖ୍ୟମନ୍ତ୍ରୀ ଯୋଗୀ କ୍ଲଷ୍ଟର ଆଧାରିତ ବିକାଶ ମଡେଲକୁ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ, ନୀତିରେ ରାଜ୍ୟର କେଉଁ କ୍ଷେତ୍ରଗୁଡ଼ିକ ଏହି ଶିଳ୍ପ ପାଇଁ ସବୁଠାରୁ ଉପଯୁକ୍ତ ତାହା ସ୍ପଷ୍ଟ ଭାବରେ ପରିଭାଷିତ ହେବା ଉଚିତ୍ । ମୁଖ୍ୟମନ୍ତ୍ରୀ ଏହା ମଧ୍ୟ ପରାମର୍ଶ ଦେଇଥିଲେ ଯେ, ଯଦି ଉତ୍ପାଦନ, ଡିଜାଇନ୍, ଗବେଷଣା ଏବଂ ତାଲିମକୁ ସମନ୍ୱିତ କରାଯାଏ, ତେବେ ଏହି କ୍ଷେତ୍ର କେବଳ ବଡ଼ ପରିମାଣର ନିବେଶକୁ ଆକର୍ଷିତ କରିପାରିବ ନାହିଁ ବରଂ ଲକ୍ଷ ଲକ୍ଷ ଯୁବକଯୁବତୀଙ୍କୁ ନିଯୁକ୍ତି ମଧ୍ୟ ପ୍ରଦାନ କରିପାରିବ । ଶିଳ୍ପ ୟୁନିଟଗୁଡ଼ିକ ଏକ ଉତମ କାର୍ଯ୍ୟ ପରିବେଶ ପାଇପାରିବେ ସେଥିପାଇଁ ସମତଳ କାରଖାନା କମ୍ପେ୍ଲକ୍ସ ଭଳି ଭିତିଭୂମି ସୁବିଧା ପ୍ରତିଷ୍ଠା କରିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ