ଶ୍ରୀନଗର, 1 ଅଗଷ୍ଟ (ହି.ସ.)-ଶ୍ରୀନଗର ସ୍ଥିତ
୬୦ତମ ବାଟାଲିଅନ ମୁଖ୍ୟାଳୟରୁ ଗୁରୁବାର ବିଳମ୍ବିତ ରାତିରେ ସୀମା ସୁରକ୍ଷା ବଳର ଜଣେ ଯବାନ ନିଖୋଜ
ହୋଇଯାଇଛନ୍ତି। ତାଙ୍କୁ ଖୋଜିବା ପାଇଁ ବ୍ୟାପକ ତଲାସୀ ଅଭିଯାନ ଚାଲିଛି।
ଅଧିକାରୀମାନେ ସୂଚନା
ଦେଇଛନ୍ତି ଯେ ବିଏସଏଫର ୬୦ତମ ବାଟାଲିଅନର ଏହି ଯବାନ ପନ୍ଥାଚୌକ୍ରେ ମୁତୟନ ଥିଲେ। ଆଖପାଖ
ଅଞ୍ଚଳରେ ବ୍ୟାପକ ଚେଷ୍ଟା ସତ୍ତ୍ୱେ ଏପର୍ଯ୍ୟନ୍ତ ତାଙ୍କ ପତ୍ତା ମିଳୁନି। ଏହି ପରେ ନିଖୋଜ
ଥିବା ସମ୍ବନ୍ଧରେ ଏକ ରିପୋର୍ଟ ଦାଖଲ କରାଯାଇଛି ଓ ଆଗାମୀ ତଦନ୍ତ ଚାଲିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା