ବେଙ୍ଗାଲୁରୁରୁ ପ୍ରଧାନମନ୍ତ୍ରୀ ଟେକ୍ ଆତ୍ମନିର୍ଭରତାର କଲେ ଆହ୍ୱାନ, କହିଲେ ଭାରତର ଆବଶ୍ୟକତାକୁ ଦିଅନ୍ତୁ ଅଧିକ ପ୍ରାଥମିକତା
ନୂଆଦିଲ୍ଲୀ, ୧୦ ଅଗଷ୍ଟ(ହି.ସ.) – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ଭାରତର ଟେକ୍ ସିଟି ବେଙ୍ଗାଲୁରୁରୁ ଭାରତକୁ ଟେକ୍‌ନିକ କ୍ଷେତ୍ରରେ ଆତ୍ମନିର୍ଭର କରିବାକୁ ଆହ୍ୱାନ କରିଛନ୍ତି। ସେ କହିଛନ୍ତି ଯେ ଭାରତୀୟ ଟେକ୍ କମ୍ପାନୀମାନେ ସାରା ଦୁନିଆରୁ ନିଜ ପରିଚୟ ବନାଇଛନ୍ତି। ଏବେ ସମୟ ଆସିଛି ଯେ ଆ
ବେଙ୍ଗାଲୁରୁରୁ ପ୍ରଧାନମନ୍ତ୍ରୀ ଟେକ୍ ଆତ୍ମନିର୍ଭରତାର କଲେ ଆହ୍ୱାନ, କହିଲେ ଭାରତର ଆବଶ୍ୟକତାକୁ ଦିଅନ୍ତୁ ଅଧିକ ପ୍ରାଥମିକତା


ନୂଆଦିଲ୍ଲୀ, ୧୦ ଅଗଷ୍ଟ(ହି.ସ.) – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ଭାରତର ଟେକ୍ ସିଟି ବେଙ୍ଗାଲୁରୁରୁ ଭାରତକୁ ଟେକ୍‌ନିକ କ୍ଷେତ୍ରରେ ଆତ୍ମନିର୍ଭର କରିବାକୁ ଆହ୍ୱାନ କରିଛନ୍ତି। ସେ କହିଛନ୍ତି ଯେ ଭାରତୀୟ ଟେକ୍ କମ୍ପାନୀମାନେ ସାରା ଦୁନିଆରୁ ନିଜ ପରିଚୟ ବନାଇଛନ୍ତି। ଏବେ ସମୟ ଆସିଛି ଯେ ଆମେ ଭାରତର ଆବଶ୍ୟକତାକୁ ଏବଂ ଅଧିକ ପ୍ରାଥମିକତା ଦିଅନ୍ତୁ, ଯାହାଫଳରେ ଟେକ୍‌ନିକର ଲାଭ ଦେଶର ସମସ୍ତ ନାଗରିକଙ୍କ ପାଖରେ ପହଂଚିପାରିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକ ଗସ୍ତ କରିଛନ୍ତି। ସେ ବେଙ୍ଗାଲୁରୁର କେଏସ୍‌ଆର୍ ରେଲୱେ ଷ୍ଟେସନରେ ୩ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍‌କୁ ସବୁଜ ପତାକା ଦେଖାଇଥିଲେ। ଏହାପରେ ବେଙ୍ଗାଲୋର ମେଟ୍ରୋର ୟେଲୋ ଲାଇନ୍‌କୁ ସବୁଜ ପତାକା ଦେଖାଇ ଏହାର ଉଦ୍‌ଘାଟନ କରିଥିଲେ। ସେ ଏଥିରୁ ଆରବି ରୋଡ଼(ରାଗୀଗୁଡ୍ଡା)ରୁ ଇଲେକଟ୍ରୋନିକ ସିଟି ମେଟ୍ରୋ ଷ୍ଟେସନ ପର୍ଯ୍ୟନ୍ତ ସବାର ମଧ୍ୟ ହୋଇଥିଲେ। ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁରେ ସହରୀ ସମ୍ପର୍କ ପରିଯୋଜନାର ଲୋକାର୍ପଣ ଏବଂ ଶିଳାନ୍ୟାସ କରିବା ପରେ ଏକ ସାର୍ବଜନିକ ସମାରୋହକୁ ସମ୍ବୋଧିତ କରିଥିଲେ।

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଅପରେଶନ ସିନ୍ଦୂରର ଉଲ୍ଲେଖ କରିଥିଲେ ଏବଂ କହିଥିଲେ ଯେ ଏହି ସଫଳତାରେ ଭାରତର ମେକ୍ ଇନ୍ ଇଣ୍ଡିଆର କ୍ଷମତା ଥିଲା। ଏହି ମେକ୍ ଇନ୍ ଇଣ୍ଡିଆର କ୍ଷମତାର ନିର୍ମାଣରେ ବେଙ୍ଗାଲୁରୁ ଏବଂ କର୍ଣ୍ଣାଟକର ଯୁବକମାନଙ୍କର ମହତ୍ୱପୂର୍ଣ୍ଣ ଯୋଗଦାନ ରହିଛି। ଭାରତୀୟ ସେନା ପାକିସ୍ଥାନର ଶହ ଶହ କିଲୋମିଟର ଭିତରକୁ ଯାଇ ଆତଙ୍କବାଦୀ ଠିକଣାକୁ ନେସ୍ତନାବୁଦ କରିଛନ୍ତି। ଏହାର ପରିଣାମ ଥିଲା ଯେ ପାକିସ୍ତାନ କିଛି ଘଂଟାରେ ତଳିତଳାନ୍ତ ହୋଇଗଲା।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande