ଡେରାଡୁନ, ୧୦ ଅଗଷ୍ଟ(ହି.ସ.) – ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସ୍ୱୟଂସେବକ ପୁଣିଥରେ ସେବାର ମୋର୍ଚ୍ଚା ଆରମ୍ଭ କରିଛନ୍ତି। ବିପର୍ଯ୍ୟୟ ପୀଡ଼ିତଙ୍କ ସହାୟତା ପାଇଁ ରାହତ ସାମଗ୍ରୀର ବିତରଣର କାର୍ଯ୍ୟ ବ୍ୟାପକ ସ୍ତରରେ କରାଯାଉଛି। ଉତରାଂଚଳ ପ୍ରାକୃତିକ ବିପର୍ଯ୍ୟୟ ପୀଡ଼ିତଙ୍କ ସହାୟତା ସମିତ ବ୍ୟାନର ସ୍ୱୟଂସେବକ ଗାଁ ଗାଁ ଯାଇ ସେଠାରେ ହୋଇଥିବା ଧନ ଜୀବନର କ୍ଷତିର ଯାଂଚ କରିଛନ୍ତି, ଏକ ରିପୋର୍ଟ ପ୍ରସ୍ତୁତ କରୁଛନ୍ତି ଏବଂ ଏହାସହ ଆବଶ୍ୟକତା ଥିବାମାନଙ୍କୁ ଖାଦ୍ୟ ସାମଗ୍ରୀ ଆଜି ପ୍ୟାକେଟ ମଧ୍ୟ ବଂଟନ କରୁଛନ୍ତି। ସମିତିର ମନେରୀ ସ୍ଥିତ ମୁଖ୍ୟାଳୟରେ କେନ୍ଦ୍ରୀୟ ସହାୟତା କେନ୍ଦ୍ର, ଚିକିତ୍ସାଳୟ ଏବଂ ଆଶ୍ରୟ ସ୍ଥାନ କରାଯାଇଛି।
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରାନ୍ତ କାର୍ଯ୍ୟବାହ ଦିନେଶ ସେମୱାଲ ସଂଗଠନର ଯୋଜନା ସାରାଦେଶର ସ୍ୱଂୟସେବକଙ୍କ ସହାୟତା ପାଇଁ ଅପିଲ ମଧ୍ୟ କରିଛନ୍ତି। ଏଥିରେ କୁହାଯାଇଛି ଯେ ଧରାଲୀରେ ଆସିଥିବା ଭୀଷଣ ବିପର୍ଯ୍ୟୟରେ ସ୍ଥାନୀୟ ଲୋକ ଏବଂ ତୀର୍ଥଯାତ୍ରୀମାନଙ୍କୁ ଧନ ଜୀବନର କ୍ଷୟକ୍ଷତି ଉଠାଇବାକୁ ପଡ଼ିଛି। ଏହାସହିତ ପର୍ବତୀୟ ଗାଆଁମାନଙ୍କରେ ମଧ୍ୟ ରହୁଥିବା ଗ୍ରାମୀଣଙ୍କୁ ଭୀଷଣ ସଂକଟର ସାମ୍ନା କରିବାକୁ ପଡ଼ୁଛି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି