ରକ୍ଷାମନ୍ତ୍ରୀଙ୍କ ନେତୃତ୍ୱରେ ଆମର ସେନାମାନେ ଦୁଇଦିନରେ ପାକିସ୍ତାନକୁ ତଳକୁ ଆଣିଛି- ଶିବରାଜ ସିଂହ
ଭୋପାଳ, ୧୦ ଅଗଷ୍ଟ(ହି.ସ.) – କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ଯେ କାଶ୍ମୀରର ପହଲଗାମରେ ଆମ ଭାଇମାନଙ୍କୁ ଧର୍ମ ପଚାରି ପଚାରି ମରାଯାଇଥିଲା। ଆଜି ଏହା କହିବାକୁ ଗର୍ବ ଯେ ଆମ ସେମାର ଯବାନମାନେ ସେହି ଆତଙ୍କବାଦୀଙ୍କୁ କାଶ୍ମୀରେ ଖୋଜିଖୋଜି ମରାଯାଇଛି। ଆମ ସେନାମାନେ ପାକିସ୍ତାନରେ ଆ
ରକ୍ଷାମନ୍ତ୍ରୀଙ୍କ ନେତୃତ୍ୱରେ ଆମର ସେନାମାନେ ଦୁଇଦିନରେ ପାକିସ୍ତାନକୁ ତଳକୁ ଆଣିଛି- ଶିବରାଜ ସିଂହ


ଭୋପାଳ, ୧୦ ଅଗଷ୍ଟ(ହି.ସ.) – କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ଯେ କାଶ୍ମୀରର ପହଲଗାମରେ ଆମ ଭାଇମାନଙ୍କୁ ଧର୍ମ ପଚାରି ପଚାରି ମରାଯାଇଥିଲା। ଆଜି ଏହା କହିବାକୁ ଗର୍ବ ଯେ ଆମ ସେମାର ଯବାନମାନେ ସେହି ଆତଙ୍କବାଦୀଙ୍କୁ କାଶ୍ମୀରେ ଖୋଜିଖୋଜି ମରାଯାଇଛି। ଆମ ସେନାମାନେ ପାକିସ୍ତାନରେ ଆତଙ୍କବାଦୀମାନଙ୍କ ଠିକଣା ୨୧ ମିନିଟ୍‌ରେ ଶେଷ କରିଦେଇଛନ୍ତି। ଭାରତ ପ୍ରଥମେ କହିଥିଲା ଯେ ଆମେ କାହାକୁ ଛାଡ଼ିବୁ ନାହିଁ, କିନ୍ତୁ କିଏ ହରକତ କରିଛନ୍ତି ତେବେ ତାକୁ ଛାଡ଼ିବୁ ନାହିଁ। ରକ୍ଷାମନ୍ତ୍ରୀଙ୍କ ନେତୃତ୍ୱରେ ଆମର ସେନାମାନେ ଦୁଇଦିନରେ ପାକିସ୍ତାନର ସେନାକୁ ତଳକୁ ନେଇଆସିଛନ୍ତି। ଭାରତ ସହିତ କଥା କରିବା ପାଇଁ ହାତ ଯୋଡ଼ି ପାକିସ୍ତାନ ଆଗକୁ ଆସିଛି। ଭାରତର ଶୌର୍ଯ୍ୟ ପ୍ରଦର୍ଶନକୁ ପୁରା ଦୁନିଆ ଦେଖିଛି।

କେନ୍ଦ୍ରମନ୍ତ୍ରୀ ଚୌହାନ ରବିବାର ଦିନ ମଧ୍ୟପ୍ରଦେଶ ଗସ୍ତ ସମୟରେ ରାୟସେନ ଜିଲ୍ଲାର ଗ୍ରାମ ଅମରିୟାରେ ରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ମୁଖ୍ୟ ଆତିଥ୍ୟରେ ଆୟୋଜିତ ଗ୍ରୀନ୍‌ଫିଲ୍ଡ ରେଳକୋଚ୍ ନିର୍ମାଣ ଇକାଇର ଭୂମିପୂଜନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିଲେ। ସେ କହିଛନ୍ତି ଯେ ଭାରତର ରକ୍ଷାମନ୍ତ୍ରୀ ମୋର ବଡ଼ଭାଇ ରାଜନାଥ ସିଂହ ଅପରେଶନ ସିନ୍ଦୁର ପରେ ପ୍ରଥମ ଥର ମଧ୍ୟପ୍ରଦେଶ ଆସିଛନ୍ତି, ତାଙ୍କ ସ୍ୱାଗତ କରନ୍ତୁ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଗୌରବଶାଳୀ ଭାରତ ଶକ୍ତିଶାଳୀ ଭାରତର ନିର୍ମାଣ ହେଉଛି। ଆମକୁ ଗର୍ବ ଯେ ପ୍ରଧାନମନ୍ତ୍ରୀ ଏବଂ ରକ୍ଷାମନ୍ତ୍ରୀ ଉପରେ ଆପଣଙ୍କ ନେତୃତ୍ୱରେ ସବୁ ସୁରକ୍ଷିତ ଅଛି।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande