ଭବାନୀପାଟଣା, ୧୧ ଅଗଷ୍ଟ (ହି.ସ)- ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଗତକାଲି ଦିନିକିଆ କଳାହାଣ୍ଡି ଗସ୍ତରେ ଆସି ଜିଲ୍ଲା ସଦର ମହକୁମା ଭବାନୀପାଟଣା ଠାରେ ଅନୁଷ୍ଠିତ ବିଶାଳ ତିରଂଗା ବାଇକ୍ ଶୋଭାଯାତ୍ରାରେ ଯୋଗଦେଇଥିଲେ। ଏହି ବାଇକ୍ ରାଲି ନକଟିଗୁଡା ନିକଟସ୍ଥ ଭାରତରତ୍ନ ବାବା ସାହେବ ଡକ୍ଟର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଶୁଭାରମ୍ଭ କରାଯାଇଥିଲା l ମୁଖ୍ୟ ଅତିଥି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ବାବାସାହେବ ଡକ୍ଟର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଏହି ତିରଂଗା ଯାତ୍ରାର ଶୁଭାରମ୍ଭ କରିଥିଲେ । ଏହି ବାଇକ୍ ରାଲି ଜେଲଖାନ ଛକ, ବସଷ୍ଟାଣ୍ଡ, ଘୋଡାଘାଟ ଛକ, ଦୟାନିଧି ଛକ, ମାଣିକେଶ୍ଵରୀ ଛକ, ମାଣିକେଶ୍ଵରୀ ମନ୍ଦିର ଦେଇ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦେଇ ସର୍କିଟ ହାଉସ ପର୍ଯ୍ୟନ୍ତ ପରିକ୍ରମା କରିଥିଲା।ଏହି ବାଇକ୍ ରାଲିରେ ବିଧାୟକ ଧର୍ମଗଡ଼ ସୁଧୀର ରଞ୍ଜନ ପାଟଯୋଷୀ, ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଆରକ୍ଷୀ ଅଧିକ୍ଷକ ନାଗରାଜ ଦେବର କୋଣ୍ଡା,ଅତିରିକ୍ତ ଜିଲ୍ଲାପାଳ ବଇତୁରା ଦୀପ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଦୟାମୟ ପାଢି, ଉପ ଜିଲ୍ଲାପାଳ ପ୍ରଭାତ କୁମାର ପରିଡା, ଭାରତୀୟ ପ୍ରଶାସନିକ ସେବା, ପ୍ରବେଶନ ଅନିମେସ ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସାମାଜ କଲ୍ଯାଣ ଅଧିକାରୀ ମାଜିବୁନ ନିଶା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ ବିଜେପି ଜିଲ୍ଳା ସଭାପତି ଯୁଗଳ କିଶୋର ପୋଡ଼, କଳାହାଣ୍ଡି ସାଂସଦଙ୍କ ପ୍ରତିନିଧି ଜୟଶଙ୍କର ନାୟକଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ଜନପ୍ରତିନିଧି, ବରିଷ୍ଠ ନାଗରିକ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗଦେଇ, ଦେଶାତ୍ମବୋଧକ ସଙ୍ଗୀତ, ଦେଶଭକ୍ତିର ସ୍ଲୋଗାନ ଦେଇ ହାତରେ ତିରଂଗା ପତାକା ଧରି ସହର ପରିକ୍ରମା କରିଥିଲେ। ଶୋଭାଯାତ୍ରା ପରେ ଉପ ମୁଖ୍ୟମନ୍ତ୍ରୀ ଅଟlଙ୍ଗଗୁଡା ଗସ୍ତ କରି ସେଠାରେ ନବନିର୍ମାଣ ହୋଇଥିବା ସକ୍ଷମ ଅଙ୍ଗନବାଡି କେନ୍ଦ୍ର ର ଶୁଭ ଉଦଘାଟନ କରି ଜିଲ୍ଲାପରିଷଦ ସଭାଗୃହରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେଇ ଜିଲ୍ଲାର ସରକାରଙ୍କର କାର୍ଯ୍ୟକାରି ହେଉଥିବା ବିଭିନ୍ନ ଉନ୍ନୟନମୂଳକ ଯୋଜନାର ସଫଳ ରୂପାୟନ ଓ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ବିଶେଷ କରି ସୁଭଦ୍ରା ଯୋଜନାରେ ଯେପରି କୌଣସି ଯୋଗ୍ୟ ହିତାଧିକାରୀ ବଞ୍ଚିତ ନ ହୁଅନ୍ତି ସେ ଦିଗରେ ଯତ୍ନବାନ୍ ହୋଇ କାର୍ଯ୍ୟ କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ। ଏହି ସମୀକ୍ଷା ବୈଠକରେ ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ କଲ୍ୟାଣ, ଯୋଗାଣ, ଜଙ୍ଗଲ ଓ ପରିବେଶ, କୃଷି, ଜଳସେଚନ, ମିସନ୍ ଶକ୍ତି, କୃଷି, ପର୍ଯ୍ୟଟକ ଇତ୍ୟାଦି ବିଭାଗୀୟ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ l ଜିଲ୍ଲାରେ ପର୍ଯ୍ୟଟନର ବିକାଶ କିପରି କରାଯିବ, ବିଶେଷ କରି ମହିଳା ମାନେ କିପରି ସାମାଜିକ ଓ ଆର୍ଥିକ ସ୍ତରରେ ସୁଦୃଢ଼ ଓ ସୁରକ୍ଷିତ ରହିବେ ସେ ଦିଗରେ ସମସ୍ତଙ୍କର ସହଯୋଗ ଓ ଦାୟିତ୍ଵ ଉପରେ ଉଲ୍ଲେଖ କରିଥିଲେ। ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ଓ ବିକାଶରେ ସମସ୍ତଙ୍କର ସହଯୋଗର ଆବଶ୍ୟକତା ରହିଥିବା କହିଥିଲେ। ଏହି ସମୀକ୍ଷା ବୈଠକରେ ବିଧାୟକ ଧର୍ମଗଡ଼ ସୁଧୀର ରଞ୍ଜନ ପାଟଯୋଷୀ, ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଅତିରିକ୍ତ ଜିଲାପାଳ ବଇତୁରା ଦୀପ, ଡି ଏଫ୍ ଓ ନର୍ଥ, ରାଜେଶ କୁମାର, ଡି ଏଫ୍ ଓ ସାଉଥ୍ କଲାଇ ବନାନ୍, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଦୟାମୟ ପାଢି, ଉପ ଜିଲ୍ଲାପାଳ ଭବାନୀପାଟଣା ପ୍ରଭାତ କୁମାର ପରିଡା, ଉପ ଜିଲ୍ଲାପାଳ ଧର୍ମଗଡ଼ ପ୍ରେକ୍ଷା ଅଗ୍ରୱାଲ ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ । ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଉପ ମୁଖ୍ୟମନ୍ତ୍ରୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କରିଥିଲେ l ଉପଢ଼ୌକନ, ଶ୍ରୀ ଗଣେଶଙ୍କ ପ୍ରତିମୂର୍ତ୍ତି ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ l ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ପାଢି ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଜୟକୃଷ୍ଣ