ପାଟନା, ୧୧ ଅଗଷ୍ଟ (ହି.ସ.)-
ପର୍ବତ ଏବଂ ବିହାରର ସମତଳ ଅଞ୍ଚଳରେ ନିରନ୍ତର ପ୍ରବଳ ବର୍ଷା ଯୋଗୁଁ ଗଙ୍ଗା ସମେତ ବିହାରର ସମସ୍ତ
ପ୍ରମୁଖ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଏହି କାରଣରୁ ଗଙ୍ଗା କୂଳରେ ଅବସ୍ଥିତ
ପାଟନା, ଭାଗଲପୁର, ମୁଙ୍ଗେର, ବେଗୁସରାୟ, ଖଗଡିୟା ଏବଂ
କଟିହାରରେ ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି।ବିହାରରେ ବନ୍ୟା ଯୋଗୁଁ ଏପର୍ଯ୍ୟନ୍ତ ୧୯ ଜଣଙ୍କର
ମୃତ୍ୟୁ ହୋଇଛି। ସର୍ବାଧିକ ବେଗସରାୟରେ ୮ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ବେଗୁସରାୟର
୮ ଜଣ, ଭାଗଲପୁର, ସିୱାନ ଏବଂ ଭୋଜପୁର,ଖଗଡିୟାରେ
ଦୁଇ -ଦୁଇ ଜଣ ମୁଙ୍ଗେର, ବୈଶାଳୀ ଏବଂ କଟିହାରର ଜଣେ ଜଣେ ଲେଖାଏଁ ଅଛନ୍ତି। ରାଜ୍ୟରେ ୧୦ ଲକ୍ଷରୁ ଅଧିକ
ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ପରିସ୍ଥିତିର ମୁକାବିଲା ପାଇଁଏନଡିଆରଏଫର ୯ମ
ବାଟାଲିୟନର ୧୪ ଟି ଦଳକୁ ସଜାଗ ରଖାଯାଇଛି। ଦରଭଙ୍ଗା, ସୁପୌଲ, ମୋତିହାରୀ ଏବଂ ନାଳନ୍ଦାରେ ଦଳ ନିୟୋଜିତ ହୋଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା