ଭୁବନେଶ୍ୱର, ୧୧ ଅଗଷ୍ଟ (ହି.ସ.) - ନବ ନିଯୁକ୍ତ ଶିଶୁ ସୁରକ୍ଷା ଅଧିକାର ଆୟୋଗ ଅଧ୍ୟକ୍ଷା ବବିତା ପାତ୍ର ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ପ୍ରତିକ୍ରିୟା ଦେଇ ବବିତା ପାତ୍ର କହିଛନ୍ତି ଯେ ଶିଶୁମାନଙ୍କର ବିକାଶ ପାଇଁ କାର୍ଯ୍ୟ କରିବି। ବିଗତ କେସ୍ ଗୁଡ଼ିକୁ ଅନୁଧ୍ୟାନ କରିବି ଏବଂ ରୋଡ୍ମ୍ୟାପ ପ୍ରସ୍ତୁତ କରିବି। ଶିଶୁ ଦେଶର ଭବିଷ୍ୟତ, ସେମାନଙ୍କର ସୁରକ୍ଷା ଜରୁରୀ। ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା କରି କାର୍ଯ୍ୟ କରିବି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ