ସୁବର୍ଣ୍ଣପୁର ଐତିହ୍ୟ ପରମ୍ପରା ପୁସ୍ତକ ଉନ୍ମୋଚିତ
ବଲାଙ୍ଗିର, ୧୧ ଅଗଷ୍ଟ (ହି.ସ)- ଜିଲ୍ଲାପାଳ ଡଃ ନୃପରାଜ ସାହୁଙ୍କ ଦ୍ଵାରା ସୁବର୍ଣ୍ଣପୁରର ଐତିହ୍ୟ ପରମ୍ପରା ପୁସ୍ତକ ଉନ୍ମୋଚନ ହୋଇଯାଇଛି l ଅବସରପ୍ରାପ୍ତ ଶିକ୍ଷୟତ୍ରୀ ତଥା ସହରର ମହିଳା ସ୍ବେଛାସେବୀ ଶ୍ରୀମତୀ ଇନ୍ଦୁ ମତି ପୁରୋହିତଙ୍କ ଦ୍ବାରା ରଚିତ ଏହି ପୁସ୍ତକରେ ଛୋଟ ପିଲା ମାନଙ୍କ ଜାଣିବା ପାଇଁ ସଚ
ସୁବର୍ଣ୍ଣପୁର ଐତିହ୍ୟ ପରମ୍ପରା ପୁସ୍ତକ ଉନ୍ମୋଚିତ


ସୁବର୍ଣ୍ଣପୁର ଐତିହ୍ୟ ପରମ୍ପରା ପୁସ୍ତକ ଉନ୍ମୋଚିତ


ବଲାଙ୍ଗିର, ୧୧ ଅଗଷ୍ଟ (ହି.ସ)-

ଜିଲ୍ଲାପାଳ ଡଃ ନୃପରାଜ ସାହୁଙ୍କ ଦ୍ଵାରା ସୁବର୍ଣ୍ଣପୁରର ଐତିହ୍ୟ ପରମ୍ପରା ପୁସ୍ତକ ଉନ୍ମୋଚନ ହୋଇଯାଇଛି l ଅବସରପ୍ରାପ୍ତ ଶିକ୍ଷୟତ୍ରୀ ତଥା ସହରର ମହିଳା ସ୍ବେଛାସେବୀ ଶ୍ରୀମତୀ ଇନ୍ଦୁ ମତି ପୁରୋହିତଙ୍କ ଦ୍ବାରା ରଚିତ ଏହି ପୁସ୍ତକରେ ଛୋଟ ପିଲା ମାନଙ୍କ ଜାଣିବା ପାଇଁ ସଚେତନ ହେବାକୁ ସୁବର୍ଣ୍ଣପୁରର ଇତିହାସ ପରମ୍ପରା ସହ କଳା ସଂସ୍କୃତି ଓ ସମାଜ ଜୀବନ ଉପରେ ଅନେକ ଲେଖା ଓ କୁଇଜ୍ ରହିଥିବା ବିଷୟ ଶ୍ରୀମତୀ ପୁରୋହିତ ପ୍ରକାଶ କରିଛନ୍ତି l ଓ ଆଜିକାଲିର ପିଲାଙ୍କୁ ମୋବାଇଲ ଅଭ୍ୟାସରୁ ଧ୍ୟାନ ହଟାଇବାକୁ ଏହି ଛୋଟ ଚଟି ବହିଟି ଲେଖିଥିବା କହିଛନ୍ତି l ସମ୍ମାନସ୍ପଦ ଜିଲ୍ଲାପାଳ ତାଙ୍କ ଉତ୍ସାହ ବୃଦ୍ଧି କରିଥିବାରୁ ଶ୍ରୀମତୀ ପୁରୋହିତ ଜିଲ୍ଲାପାଳ ଡଃ. ସାହୁଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି l ଏବଂ ପୂଜ୍ୟ ଶ୍ବଶୁର ସ୍ୱର୍ଗତ କାହୁଁ ଚରଣ ମିଶ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏ ପୁସ୍ତକ ଉତ୍ସର୍ଗ କରିଥିବା କହିଛନ୍ତି l

ଏହି କାର୍ଯ୍ୟକ୍ରମରେ ସ୍ୱଚ୍ଛଭାରତ ସଂଗଠନର ସ୍ବେଛାସେବୀ ଶ୍ରୀବତ୍ସ ମଲ୍ଲିକ, ପ୍ରହଲ୍ଲାଦ ମିଶ୍ର, ପ୍ରମୋଦ କୁମାର ସାହୁ, ରାମ ଚନ୍ଦ୍ର ଅଗ୍ରୱାଲ, ମାବୋରଞ୍ଜନ ତ୍ରିପାଠୀ, ମନୋଜ ପଣ୍ଡା,ଲଦକିଶୋର ମଲ୍ଲିକ ନରସିଂହ ବର୍ଗୀ, ପ୍ରତାପ ଦାଶ, ଆମର ଭୁତ, ଜୟନ୍ତ ବେହେରା,ଡା ସରୋଜ ପଟେଲ, ଜୟନାରାୟଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande