ଜୟପୁର, 13 ଅଗଷ୍ଟ (ହି.ସ.)
ଜୟପୁର ଓ ମାଲକାନଗିରି ଆଇଡି.ବି.ଆଇ ବ୍ୟାଙ୍କ ପକ୍ଷରୁ ସ୍ଥାନୀୟ ଜିଲ୍ଲା ଚିକିତ୍ସାଳୟରେ ଆକ୍ବାଗାର୍ଡ ପ୍ରଦାନ କରାଯାଇଛି। ଆଜି ଜୟପୁର ବ୍ୟାଙ୍କ ମ୍ୟାନେଜର ସରୋଜ ପାତ୍ର ଓ ମାଲକାନଗିରି ବ୍ୟାଙ୍କ ମ୍ୟାନେଜର ସତ୍ୟବ୍ରତ ସାମଲଙ୍କ ସହ ବ୍ୟାଙ୍କ କର୍ମଚାରୀ ମାନେ ଉପସ୍ଥିତ ରହି ଜିଲ୍ଲା ଚିକିତ୍ସାଳୟର ମ୍ୟାନେଜର ରୁପସୀ ନାୟକଙ୍କୁ ୫ଟି ଅକ୍ବାଗାର୍ଡ ଯାହାଦ୍ବାରା ଗରମ ପାଣି ବାହାରିବ ତାହା ପ୍ରଦାନ କରିବା ସହ ଗୋଟିଏ କୁକି˚ ମ୍ୟାସିନ ପ୍ରଦାନ କରିଛନ୍ତି। ଜୟପୁର ଚିକିତ୍ସାଳୟକୁ ଆସୁଥିବା ରୋଗୀମାନେ ଯେପରି ସୁବିଧା ପାଇପାରିବେ ସେନେଇ ଏହା ପ୍ରଦାନ କରାଯାଇଥିବା ବ୍ୟାଙ୍କ କର୍ତ୍ତୁପକ୍ଷ ପ୍ରକାଶ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି