ପାଟନା, ୩ ଅଗଷ୍ଟ (ହି.ସ.)- ଗତ କିଛି ଦିନ ଧରି ବିହାରରେ ଲଗାତାର ପ୍ରବଳ ବର୍ଷା ଏବଂ ନେପାଳରୁ ଛଡାଯାଇଥିବା ପାଣି ଯୋଗୁଁ ଉତର ବିହାରର ଅଧିକାଂଶ ନଦୀର ଜଳସ୍ତର ନିରନ୍ତର ବୃଦ୍ଧି ପାଉଛି । ବିଶେଷକରି ଗଙ୍ଗା, କୋସୀ, ପୁନପୁନ, ଗଣ୍ଡକ, ବୁଢୀ ଗଣ୍ଡକ, କମଳା ବାଲାନ, ମହାନନ୍ଦା ଏବଂ ଘାଘରା ନଦୀ ଉଛୁଳି ରହିଛି । ରାଜ୍ୟର ଅନେକ ଜିଲ୍ଲା ବନ୍ୟା ଦ୍ୱାରା ପ୍ରଭାବିତ । ଏନେଇ ଜଳ ସମ୍ପଦ ବିଭାଗ ସତର୍କତାମୂଳକ ଆଲର୍ଟ ଜାରି କରିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ