ବାରାଣସୀ : ବିପଦ ସଂକେତ ଉପରେ ଗଙ୍ଗା, ଉପକୂଳ ଅଂଚଳରେ ଜନଜୀବନ ଅସ୍ତବ୍ୟସ୍ତ
ବାରାଣସୀ, ୩ ଅଗଷ୍ଟ (ହି.ସ.)- ଉତର ପ୍ରଦେଶର ବାରାଣସୀରେ ଗଙ୍ଗାର ଜଳସ୍ତର ନିରନ୍ତର ବୃଦ୍ଧି ପାଉଛି ଏବଂ ଶନିବାର ବିଳମ୍ବିତ ସନ୍ଧ୍ୟାରୁ ଏହା ୭୧.୨୬୨ ମିଟର ବିପଦ ସଂକେତ ଅତିକ୍ରମ କରିଛି । ରବିବାର ସକାଳ ୮ଟାରେ ଗଙ୍ଗାର ଜଳସ୍ତର ୭୧.୫୬ ମିଟର ରେକର୍ଡ କରାଯାଇଛି, ଯାହା ବିପଦ ସଙ୍କେତ ଠାରୁ ବହୁତ ଉପରେ ।
ବାରାଣସୀ : ବିପଦ ସଂକେତ ଉପରେ ଗଙ୍ଗା, ଉପକୂଳ ଅଂଚଳରେ ଜନଜୀବନ ଅସ୍ତବ୍ୟସ୍ତ


ବାରାଣସୀ, ୩ ଅଗଷ୍ଟ (ହି.ସ.)- ଉତର ପ୍ରଦେଶର ବାରାଣସୀରେ ଗଙ୍ଗାର ଜଳସ୍ତର ନିରନ୍ତର ବୃଦ୍ଧି ପାଉଛି ଏବଂ ଶନିବାର ବିଳମ୍ବିତ ସନ୍ଧ୍ୟାରୁ ଏହା ୭୧.୨୬୨ ମିଟର ବିପଦ ସଂକେତ ଅତିକ୍ରମ କରିଛି । ରବିବାର ସକାଳ ୮ଟାରେ ଗଙ୍ଗାର ଜଳସ୍ତର ୭୧.୫୬ ମିଟର ରେକର୍ଡ କରାଯାଇଛି, ଯାହା ବିପଦ ସଙ୍କେତ ଠାରୁ ବହୁତ ଉପରେ । କେନ୍ଦ୍ରୀୟ ଜଳ ଆୟୋଗଙ୍କ ସୂଚନା ଅନୁଯାୟୀ, ପ୍ରତି ଘଂଟାରେ ଜଳସ୍ତର ହାରାହାରି ତିନି ସେଂଟିମିଟର ହାରରେ ବୃଦ୍ଧି ପାଉଛି । ଗତ ୨୪ ଘଂଟା ମଧ୍ୟରେ ଜଳସ୍ତରରେ ୬୯ ସେଂଟିମିଟର ବୃଦ୍ଧି ରେକର୍ଡ଼ କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande