୧୧୧ ଲିଟର ଚୋରା ବିଦେଶୀ ମଦ ଜବତ, ୫ କୋର୍ଟଚାଲାଣ
କେନ୍ଦ୍ରାପଡା, ୪ ଅଗଷ୍ଟ (ହି.ସ.)- କେନ୍ଦ୍ରାପଡା ଜିଲ୍ଲାପାଳ ରଘୁରାମ ଆର୍ ଆୟାରଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧିକ୍ଷକ ବିପ୍ର ମଣ୍ଡଳଙ୍କ ନେତୃତ୍ୱରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢଉ କରି ବ୍ୟାପକ ଚୋରାମଦ ଜବତ କରିବା ସହ ୫ ଜଣଙ୍କୁ କୋର୍ଟଚାଲାଣ କରାଯାଇଛି । ଏହି ଚଢଉରେ ପାହାକ
୧୧୧ ଲିଟର ଚୋରା ବିଦେଶୀ ମଦ ଜବତ, ୫ କୋର୍ଟଚାଲାଣ


କେନ୍ଦ୍ରାପଡା, ୪ ଅଗଷ୍ଟ (ହି.ସ.)- କେନ୍ଦ୍ରାପଡା ଜିଲ୍ଲାପାଳ ରଘୁରାମ ଆର୍ ଆୟାରଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧିକ୍ଷକ ବିପ୍ର ମଣ୍ଡଳଙ୍କ ନେତୃତ୍ୱରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢଉ କରି ବ୍ୟାପକ ଚୋରାମଦ ଜବତ କରିବା ସହ ୫ ଜଣଙ୍କୁ କୋର୍ଟଚାଲାଣ କରାଯାଇଛି । ଏହି ଚଢଉରେ ପାହାକଣ୍ଡିଆର ବିଭୁତି ଭୂଷଣ ନାୟକ, ରାଜନଗରର ମଙ୍ଗୁଳି ଚରଣ ସ୍ୱାଇଁ, ସିଦ୍ଧାର୍ଥ ମଲ୍ଲିକ, ଅର୍ଜୁନ ମଲ୍ଲିକ, ଦେବକିଶୋର ନାୟକ ପ୍ରମୁଖଙ୍କଠାରୁ ବ୍ୟାପକ ଚୋରାମଦ ଜବତ କରିବା ସହ ଦୁଇଗୋଟି ମଟରସାଇକେଲ୍ ଜବତ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏହି ଚଢଉ ସମୟରେ ଅବକାରୀ ନିରୀକ୍ଷକ ପଦ୍ମଲୋଚନ ନାୟକ, ଉପନିରୀକ୍ଷକ ଛାୟାକାନ୍ତ ନାୟକ, ଧର୍ମପ୍ରଦ ଦାସ ଓ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande