କେନ୍ଦ୍ରାପଡା, ୪ ଅଗଷ୍ଟ (ହି.ସ.)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ପ୍ରାଥମିକ କୃଷି ସମବାୟ ସମିତିର ନୂତନ କାର୍ଯ୍ୟାଳୟ ଗୃହ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କ ଠାରେ ଦାବି କରାଯାଇଛି । କୃଷି ସମବାୟ ସମିତିର ସଭାପତି ପ୍ରଦ୍ୟୁମ୍ନ କୁମାର ଜେନା ଏ ନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି ତୁରନ୍ତ କାର୍ଯ୍ୟାଦେଶ ପ୍ରଦାନ କରିବାକୁ ଦାବି କରିଛନ୍ତି । ଏହି ସମିତିର ପୁରୁଣା କାର୍ଯ୍ୟାଳୟ ଗୃହ ଦୁର୍ବଳ ହୋଇ ପଡୁଥିବାରୁ ନୂତନ କାର୍ଯ୍ୟାଳୟ ଗୃହ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କ ପତ୍ର ସଂଖ୍ୟା- ୬୧୫ ତା ୦୬.୦୯.୨୪ ଅନୁଯାୟୀ ରାଜ୍ୟ ସରକାରଙ୍କ ସମବାୟ ବିଭାଗ ପକ୍ଷରୁ ପତ୍ର ସଂଖ୍ୟା -୨୫୯୪ ତା ୦୧.୦୩.୨୪ ରିଖ ଅନୁଯାୟୀ ଅନୁମୋଦନ ପ୍ରାପ୍ତ ହୋଇଅଛି । ଏହି ନୂଆଘର ତିଆରି ପାଇଁ ୪ ଲକ୍ଷ ୬୩ ହଜାର ୪୬୯ ଟଙ୍କା କେନ୍ଦ୍ରାପଡା ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ବ୍ୟାଙ୍କ ଖାତାରେ ଜମା ହୋଇ ରହିଥିଲାବେଳେ ବର୍ଷକରୁ ଉର୍ଦ୍ଧ୍ୱ ସମୟ ହେଲା କାର୍ଯ୍ୟାଦେଶ ମିଳିପାରୁନାହିଁ । ଫଳରେ ଏହି ସମିତିର ନୂତନ କାର୍ଯ୍ୟାଳୟ ଗୃହ ନିର୍ମାଣ ବିଳମ୍ବିତ ହେଉଥିବାରୁ ଶ୍ରୀ ଜେନା କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡିବାପାଇଁ ଦାବି କରିଛନ୍ତି । ଏହି ଦାବିପତ୍ର ପ୍ରଦାନ ସମୟରେ ସମସ୍ତ ନିଦର୍ଶକ ଓ ସମିତିର ସଂପାଦକ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ରବି