ବଲିଉଡ଼ ସିଂଗର ହନୀ ସିଂହ ଏବଂ କରଣ ଔଜଲାଙ୍କୁ ପଞ୍ଜାବ ମହିଳା ଆୟୋଗ ପଠାଇଲା ନୋଟିସ୍‌
ଚଣ୍ଡୀଗଡ଼, ୦୮ ଅଗଷ୍ଟ(ହି.ସ.) – ପଂଜାବ ମହିଳା ଆୟୋଗ ବଲିଉଡ଼ ସିଂଗର ଏବଂ ପଂଜାବୀ କଳାକାର ୟୋ ୟୋ ହନୀ ସିଂହ ତଥା କରଣ ଔଜଲାଙ୍କୁ ନୋଟିସ୍ ଜାରି କରିଛନ୍ତି। ଦୁଇ କଳାକାରଙ୍କ ଉପରେ ନିଜ ଗୀତ ମାଧ୍ୟମରେ ମହିଳାଙ୍କ ବିଷୟରେ ଭୁଲ୍ ଟିପ୍ପଣୀ କରିବାକୁ ଅଭିଯୋଗ ଅଛି। ମହିଳା ଆୟୋଗ ଏହି ସମ୍ବନ୍ଧରେ ପଂଜାବ ପୋଲିସ୍
ବଲିଉଡ଼ ସିଂଗର ହନୀ ସିଂହ ଏବଂ କରଣ ଔଜଲାଙ୍କୁ ପଞ୍ଜାବ ମହିଳା ଆୟୋଗ ପଠାଇଲା ନୋଟିସ୍‌


ଚଣ୍ଡୀଗଡ଼, ୦୮ ଅଗଷ୍ଟ(ହି.ସ.) – ପଂଜାବ ମହିଳା ଆୟୋଗ ବଲିଉଡ଼ ସିଂଗର ଏବଂ ପଂଜାବୀ କଳାକାର ୟୋ ୟୋ ହନୀ ସିଂହ ତଥା କରଣ ଔଜଲାଙ୍କୁ ନୋଟିସ୍ ଜାରି କରିଛନ୍ତି। ଦୁଇ କଳାକାରଙ୍କ ଉପରେ ନିଜ ଗୀତ ମାଧ୍ୟମରେ ମହିଳାଙ୍କ ବିଷୟରେ ଭୁଲ୍ ଟିପ୍ପଣୀ କରିବାକୁ ଅଭିଯୋଗ ଅଛି। ମହିଳା ଆୟୋଗ ଏହି ସମ୍ବନ୍ଧରେ ପଂଜାବ ପୋଲିସ୍ ମହାନିର୍ଦ୍ଦେଶକଙ୍କୁ ମଧ୍ୟ ପତ୍ର ଲେଖି ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ପାଇଁ କହିଛନ୍ତି।

ମହିଳା ଆୟୋଗ ଚେୟାରପର୍ସନ ଗୁରୁବାର ଦିନ ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକଙ୍କ ଲେଖିଥିବା ଦୁଇ ଅଲଗା ଅଲଗା ଚିଠିରେ କାର୍ଯ୍ୟାନୁଷ୍ଠାନ କରି ୧୧ ଅଗଷ୍ଟ ସକାଳେ ଆୟୋଗକୁ ରିପୋର୍ଟ ପଠାଇବା ନିର୍ଦ୍ଦେଶ ଦେଇଛନ୍ତି। ପଂଜାବ ମହିଳା ଆୟୋଗର ଅଧ୍ୟକ୍ଷ ରାଜ ଲାଲୀ ଗିଲ ଡିଜିପିଙ୍କୁ ଲେଖିଥିବା ପ୍ରଥମ ପତ୍ରରେ କହିଛନ୍ତି ଯେ ୟୋ ୟୋ ହନୀ ସିଂହଙ୍କ ଗୀତ ମିଲେନିୟର ସୋସିଆଲ ମିଡିଆରେ ଚାଲୁରହିଛି। ଗୀତରେ ସେ ମହିଳାମାନଙ୍କ ପ୍ରତି ବହୁତ ଆପତିଜନକ ଭାଷାର ପ୍ରୟୋଗ କରିଛନ୍ତି। ଦ୍ୱିତୀୟ ପତ୍ରରେ ଆୟୋଗ କରନ ଔଜଲାର ଗୀତ ଏମ୍‌ଏଫ୍ ଗବରୁର କରିଛନ୍ତି। ଆୟୋଗ କହିଛନ୍ତି ଯେ ଏଥିରେ ମଧ୍ୟ ମହିଳାମାନଙ୍କ ପାଇଁ ଭୁଲ୍ ଶବ୍ଦାବଳୀର ପ୍ରୟୋଗ ହୋଇଛି, ଯାହା ପୁରା ନାରାଜ ଯୋଗ୍ୟ ଅଟେ।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande