ଆଦିବାସୀଙ୍କ ବିଭିନ୍ନ ଦାବିଙ୍କୁ ନେଇ ମୟୁରଭଞ୍ଜ ଜିଲ୍ଲା କଂଗ୍ରେସର ଗର୍ଜନ
ବାରିପଦା, ୦୮ ଅଗଷ୍ଟ(ହି.ସ.) – ୨୦୦୬ ମସିହାରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସମୟରେ ଅନୁସୂଚିତ ଜାତି ଓ ଜନଜାତି ଲୋକ ମାନଙ୍କୁ ଦେଶର ମୂଖ୍ୟ ଧାରାରେ ସାମିଲ କରିବା ପାଇଁ ଜଙ୍ଗଲ ଅଧିକାର ସ୍ୱୀକୃତି ଆଇନ ୨୦୦୬ ଓ ନିୟମ ୨୦୦୭ ଓ ସଂଶୋଧନ ୨୦୧୨ରେ ସୁଧାର ପରିବର୍ତନ କରି, ସେମାନଙ୍କ ନିମନ୍ତେ
Congress strike


ବାରିପଦା, ୦୮ ଅଗଷ୍ଟ(ହି.ସ.) – ୨୦୦୬ ମସିହାରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସମୟରେ ଅନୁସୂଚିତ ଜାତି ଓ ଜନଜାତି ଲୋକ ମାନଙ୍କୁ ଦେଶର ମୂଖ୍ୟ ଧାରାରେ ସାମିଲ କରିବା ପାଇଁ ଜଙ୍ଗଲ ଅଧିକାର ସ୍ୱୀକୃତି ଆଇନ ୨୦୦୬ ଓ ନିୟମ ୨୦୦୭ ଓ ସଂଶୋଧନ ୨୦୧୨ରେ ସୁଧାର ପରିବର୍ତନ କରି, ସେମାନଙ୍କ ନିମନ୍ତେ ଜଙ୍ଗଲ ଜମିର ସୁ ବନ୍ଦୋବସ୍ତ କରାଯାଇଥିଲା।

ମାତ୍ର ଦୁର୍ଭାଗ୍ୟର ବିଷୟ, ଇତି ମଧ୍ୟରେ ୨୧ ବର୍ଷ ବିତିଯାଇଥିଲେ ମଧ୍ୟ, ଆଦିବାସୀମାନଙ୍କୁ ସେମାନଙ୍କ ଅଧିକାରକୁ ବର୍ତମାନର ସରକାର ପ୍ରଦାନ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି।

ଏହାର ପ୍ରତିବାଦରେ ଆଜି ରାଜ୍ୟ ପି.ସି.ସି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦେଶ କ୍ରମେ, ମୟୁରଭଞ୍ଜ ଜିଲ୍ଲାର ସଦର ମହାକୁମା ବାରିପଦା ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ମୟୁରଭଞ୍ଜ ଜିଲ୍ଲା କଂଗ୍ରେସ ସଂଯୋଜକ(ପୂର୍ତ)ଅରବିନ୍ଦ ଦାସଙ୍କ ନେତୃତ୍ୱରେ କର୍ମୀମାନେ, ଦୀର୍ଘ ସମୟ ଧରି ଧାରଣା ବସିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ କ୍ଷ ପରେ ପ୍ରଧାନମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ସାତ ଦଫା ସମ୍ମଳିତ ଦାବୀ ପତ୍ର ମୟୁରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସଏ ଙ୍କୁ ପ୍ରଦାନ କରାଯାଇଥିଲା।

ଆଜିର ଏହି କାର୍ଯ୍ୟକ୍ରମରେ ମୟୁରଭଞ୍ଜ ଜିଲ୍ଲା କଂଗ୍ରେସ ର ପୂର୍ବତନ ସଭାପତି ହେମନ୍ତ ଦାସ, ବିଜନ ଦାସ,ଯୋଗେଶ ଅଗ୍ରୱାଲ, ଜ୍ୟୋତିପ୍ରକାଶ ରଥ, ପ୍ରଦୀପ ମିଶ୍ର, ସୁସ୍ମିତା ଘୋସାଲ, ମୋତିପ୍ରକାଶ ଦାସ, ଶିବାନନ୍ଦ ଦାସ, ମିନକେତନ ବେହେରା, ଚୈତନ ହାଁସଦା, ଗୌରୀ ନାଏକ, ମାଧବୀ ସେନାପତି, ଦେବେନ୍ଦ୍ର ସିଂ, ରାମରତନ ମହାନ୍ତ, ରବି ଟୁଡୁ, ବାଦଲ ହେମ୍ବ୍ରମ, ତାର ବେହେରା, ବିଷ୍ଣୁ ସିଂ, ସୁଜାତା ସିଂ, ଚୈତନ ମାଝୀ, ଦୀପକ ଦାସ ଓ ସୁଦିପ ମନ୍ତ୍ରୀ ପ୍ରମୁଖ ଆଜିର ଏହି କାର୍ଯକ୍ରମରେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର/ଦିଲ୍ଲୀପ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande