ବଲାଙ୍ଗିରରୁ ଦୁବାଇ ଯାତ୍ରା - ଚର୍ଚ୍ଚାରେ ତ୍ରିଶା ଠାକୁର
ବଲାଙ୍ଗିର, 10 ସେପ୍ଟେମ୍ବର (ହି.ସ.) ବଲାଙ୍ଗୀର କଳା ସାହିତ୍ୟ ସଂସ୍କୃତି କୁ ନେଇ ଏ ଜିଲ୍ଲା ବେଶ ପରିଚିତ ରହିଥିବା ବେଳେ ଏଠି କଳା ର ଲୋକ ପ୍ରୀୟତା ଏବେ ଢେର୍ ଗୁଣା ରେ ବଢ଼ିବାକୁ ଲାଗିଛି। ଚର୍ଚ୍ଚା ରେ ରହି ଆସୁଛନ୍ତି ଯୁବ କୁନି କୁନି କଳାକାର।ଯାହା ପାଇଁ ପ୍ରାୟତଃ ଚର୍ଚ୍ଚାରେ ବଲାଙ୍ଗୀର ର କୁନି ପ୍
ବଲାଙ୍ଗୀର ରୁ ଦୁବେଇ ଯାତ୍ରା ଚର୍ଚ୍ଚାରେ ତ୍ରିଶା ଠାକୁର।


ବଲାଙ୍ଗିର, 10 ସେପ୍ଟେମ୍ବର (ହି.ସ.)

ବଲାଙ୍ଗୀର କଳା ସାହିତ୍ୟ ସଂସ୍କୃତି କୁ ନେଇ ଏ ଜିଲ୍ଲା ବେଶ ପରିଚିତ ରହିଥିବା ବେଳେ ଏଠି କଳା ର ଲୋକ ପ୍ରୀୟତା ଏବେ ଢେର୍ ଗୁଣା ରେ ବଢ଼ିବାକୁ ଲାଗିଛି। ଚର୍ଚ୍ଚା ରେ ରହି ଆସୁଛନ୍ତି ଯୁବ କୁନି କୁନି କଳାକାର।ଯାହା ପାଇଁ ପ୍ରାୟତଃ ଚର୍ଚ୍ଚାରେ ବଲାଙ୍ଗୀର ର କୁନି ପ୍ରତିଭା ସହ ବଲାଙ୍ଗୀର ଜିଲ୍ଲା। ପୂର୍ବରୁ ଏ ମାଁ ମାଟି ପାଇଁ ଅନେକ ସୁଯୋଗ୍ୟ ସନ୍ତାନ ସୁନାମ ସହ ଏ ମାଟି ପାଇଁ ଗର୍ବ ଓ ଗୌରବ ଆଣିସାରିଥିବା ବେଳେ ଏବେ କୁନି କୁନି କଳାକାର ତଥା କୁନି ପ୍ରତିଭା ବାଲ୍ୟ ବସ୍ଥାରୁ ହିଁ ନିଜ ଦୃଢ଼ ମନୋବଳ ଓ ଇଚ୍ଛାଶକ୍ତି ଫଳରେ ବିଦେଶ ଯାତ୍ରା ପାଇଁ ଚର୍ଚ୍ଚା ର କେନ୍ଦ୍ର ବିନ୍ଧୁ ସାଜିଛନ୍ତି।ଆମେ କହୁଛୁ ବଲାଙ୍ଗୀର ସହର ରୁଗୁଡ଼ି ପଡ଼ା ର କୁନି ପ୍ରତିଭା ତ୍ରିଶା ଠାକୁର ଙ୍କ କଥା।ସହର ମଧ୍ୟରେ ରୁଗୁଡ଼ିପଡା ରହିଥିବା ରଞ୍ଜନ କୁମାର ଠାକୁର ଏବଂ ଶ୍ରୀମତୀ ରିତା ଠାକୁର ଙ୍କ ଅଲିଅଳ ଝିଅ ତ୍ରିଶା ଠାକୁର ଙ୍କ କଥା। ଏମାନଙ୍କ ଦୁଇ ପୁଅଝିଅ ରହିଥିବା ବେଳେ ବଡ ଝିଅ ତ୍ରୀଶା ଠାକୁର ଓଡ଼ିଶୀ ନୃତ୍ୟ ରେ ପାରଦର୍ଶିତା ବଜାୟ ରଖି ଏବେ ବଲାଙ୍ଗୀର ଠୁଁ ବିଦେଶ ଦୁବେଇ ଯାତ୍ରା ଆରମ୍ଭ କରିଛନ୍ତି।ତାଙ୍କ ସହ ସାକ୍ଷାତ ସମୟ ରେ ଭାବ ବିହ୍ୱଳ ହୋଇ ତ୍ରୀଶା କୁହନ୍ତି ସମସ୍ତ ଶ୍ରେୟ ବାପା ମାଁ ଙ୍କ । ବଲାଙ୍ଗୀର ରୁ ଦୁବେଇ ଯାତ୍ରା କେବଳ ମାଁ ବାପା ଙ୍କ ଅବଦାନ।ଆଜିର ଏହି ଭାଗ ଦୌଡ ଭଳି ଜୀବନରେ ଅନେକ ଜଳାଞ୍ଜଳି ଦେଇଛନ୍ତି ମୋ ବାପା।କହିବାକୁ ଗଲେ ମୁଁ କେବେ ସ୍ଵପ୍ନ ରେ ମଧ୍ୟ ଭାବି ନ ଥିଲି ଏଭଳି ଉଚ୍ଚ କୋଟୀର ପ୍ଲାଟଫର୍ମ ଏବଂ ଯାତ୍ରା ପାଇଁ ସୁଯୋଗ ପାଇବି।କିନ୍ତୁ ମୋ ମଧ୍ୟରେ ଅନେକ ସ୍ଵପ୍ନ ଆଶା ଆକାଂକ୍ଷା ରହିଥିଲା ଏବଂ ରହିଛି ମଧ୍ୟ।ଯାହା ଆଜି ଏ ବିଦେଶ ଯାତ୍ରା ରୁ ଆରମ୍ଭ ହୋଇଛି।ମୁଁ ବାଲ୍ୟବସ୍ଥାରୁ ନାଚ ଗୀତ ପ୍ରତି ଆକୃଷ୍ଟ ହୋଇଆସିଛି।ଯେତେବେଳେ ମୁଁ ୪ ବର୍ଷ ର କୁନି ଝିଅ ଥିଲି ମାଁ ବାପା ମୋର ନୃତ୍ୟ ରୁଚି ଦେଖି ମୋତେ ପ୍ରୋତ୍ସାହନ କରିଥିଲେ। ଲିଟିଲ୍ ଫ୍ଲାୱାର ନର୍ସରୀ ସ୍କୁଲ ରେ ଅଧ୍ୟୟନ ସହ ୪ବର୍ଷ ବୟସରୁ ମୁଁ ନାଚ ପ୍ରତି ବିଶେଷ ପ୍ରଭାବିତ ହୋଇଥିଲି। ବାଲ୍ୟାବସ୍ଥା ରେ ଅନେକ ସାଂସ୍କୃତିକ ସହ ଦେଶତ୍ମା ବୋଧକ ସଙ୍ଗୀତ ନୃତ୍ୟ ସହ ମୋର ନୃତ୍ୟ ଜୀବନ ଯାତ୍ରା ଆରମ୍ଭ ହୋଇଛି।ସେହିପରି ୭ ବର୍ଷ ବୟସରୁ ପ୍ରଥମେ ଷ୍ଟେଜ ପର୍ଫର୍ମେନ୍ସ ଆରମ୍ଭ ହୋଇ ଆଜି ପର୍ଯ୍ୟନ୍ତ ଜାରି ରହିଛି।ଏବେ ମୁଁ ଯୁକ୍ତ ଦୁଇ ପାଠ ଅଧ୍ୟୟନ କରୁଛି।ପାଠ ପଢ଼ା ସହ କଳା କ୍ଷେତ୍ରରେ ମୋତେ ସବୁବେଳେ ପରିବାର ର ସମର୍ଥନ ରହିଆସିଛି। ଯେଉଁଥିରେ ନୃତ୍ୟ ଏକାଡେମୀ ପ୍ରଥମ୍ ଗୁରୁ ଭାବେ ବଲାଙ୍ଗୀର ସ୍ୱର ଝଙ୍କାର ସର୍ବେଶ୍ଵର ସାହୁ ରହିଥିବା ବେଳେ ଭୁନେଶ୍ବର ସ୍ଥିତ ତ୍ରିଧାରା ଅନୁଷ୍ଠାନ ର ଡ଼ ଗଜେନ୍ଦ୍ର ପଣ୍ଡା ମୋ ଗୁରୁ ରହିଛନ୍ତି।ଉଚ୍ଚ କୋଟୀର ନୃତ୍ୟ ପ୍ରଶିକ୍ଷଣ ଏବଂ ତାଲିମ ଫଳରେ ଆଜି ମୋ ଜୀବନ ଯାତ୍ରା ର ପ୍ରଥମ ପାହାଚ କୁ ପହଞ୍ଚିବା ପାଇଁ ଉଦ୍ୟମ ଜାରି ରଖିଛି।ଏବଂ ନିଜର ନୃତ୍ୟ ସଙ୍ଗୀତ ଜୀବନୀ ର ପ୍ରଥମ ବଲାଙ୍ଗୀର ଠୁଁ ଦୁବାଇ ଯାତ୍ରା ଆରମ୍ଭ କରୁଛି। ଯେଉଁଥିରେ ଗୋଭରର୍ମେଣ୍ଟ ଆର୍ଟ ଏଣ୍ଡ କଳଚର୍ ଅଲ ଇଣ୍ଡିଆ କମ୍ପିଟିସନ୍ ତତ୍ତ୍ଵାବଧାନରେ ହିନ୍ଦୁସ୍ଥାନ କଳା ଆର୍ଟ ଏଣ୍ଡ ମ୍ୟୁଜିକ ସୋସାଇଟି ଆନୁକୁଲ୍ୟରେ ମୁଦ୍ରା ଡାନ୍ସ ଏକାଡେ -ମୀ ଦୁବାଇ ୟୁ ଏ ଇ ଏବଂ ହର୍ମୋନିକା ଏଫ୍ ଜେଡ ସି, ୟୁ ଏ ଇ ଦୁବାଇ ୟୁ ଏ ଇ ଆନୁକୁଲ୍ୟରେ ଭାରତ ସଂସ୍କୃତି ୟାତ୍ରା ହେଉଛି।ଯାହା ଆସନ୍ତା ୧୨ ୯ ୨୦୨୫ ସକାଳ ୯ ଟା ରୁ ପ୍ରତିଯୋଗିତା ଆରମ୍ଭ ଏବଂ ଅପରାହ୍ନ ୪ ଟା ରେ ଫେଷ୍ଟିଭାଲ ଅଲ୍ ଅଝଲ ହଲ ଚିଲ୍ଡରେନ୍ ସିଟି ଦୁବାଇ ରେ ଆରମ୍ଭ ହେବା ନେଇ ସୂଚନା ରହିଛି।ତେବେ ଅଲ୍ ଇଣ୍ଡିଆ ପ୍ରତିଯୋଗିତାରେ ହଜାର ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ମନୋନୀତ ହୋଇ ଭାଗ ନେଇଥିବା ବେଳେ ଓଡ଼ିଶୀ ନୃତ୍ୟ ପାଇଁ ବଲାଙ୍ଗୀର ରୁ ୬ଜଣ ପ୍ରତିଯୋଗୀ ନୃତ୍ୟ ପରିଶେଷଣ ପାଇଁ ମନୋନୀତ ହୋଇଛନ୍ତି।ଯାହା ଏ ଜିଲ୍ଲା ମାଁ ମାଟି ପାଇଁ ଗର୍ବ ଓ ଗୌରବର ବିଷୟ।ଇତି ମଧ୍ୟରେ ଅନେକ ସଂଘର୍ଷ ପୂର୍ଣ୍ଣ ତଥା ଅନେକ ଝଡ ଜଞ୍ଜାଳ ସହ ଅନେକ ବାଧା ବିଗ୍ନ ଦେଇ ଗତି କରି ଆଜି ସୁଯୋଗ ପାଇଥିବା ତ୍ରିଶା ଠାକୁର ସାକ୍ଷାତ୍ ସମୟରେ କୁହନ୍ତି।ସତ୍ ରେ ବଲାଙ୍ଗୀର ରୁ ଦୁବାଇ ବିଦେଶ ଯାତ୍ରା କୌଣସି ମାଇଲ ଖୁଣ୍ଟ ଠୁଁ କମ ନୁହଁ।ଆମ ତରଫରୁ ସମସ୍ତ ପ୍ରତିଯୋଗୀ ସହ ଭାଗନେଇଥିବା ସମସ୍ତ କୁନି କଳାକାର ସଫଳ ହୁଅନ୍ତୁ ଏବଂ ତ୍ରିଶା ଠାକୁର ବାଲ୍ୟ ବସ୍ଥାରୁ ନୃତ୍ୟ ପ୍ରତି ବିଶେଷ ଆକୃଷ୍ଟ ହୋଇ ନୃତ୍ୟ ମଧ୍ୟରେ ଜାରି ରଖିଥିବା ନିଜ ସ୍ବପ୍ନ ଆଶା ଆକାଂକ୍ଷା ପୂର୍ଣ୍ଣ ହେବା ନେଇ ଆମ ଖବର କାଗଜ ପରିବାର ତରଫରୁ ଶୁଭକାମନା ସହ ତାଙ୍କ ଉଜ୍ଜ୍ବଳ ଭବିଷ୍ୟତ ପାଇଁ କାମନା କରୁଛୁ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande