ସୁବର୍ଣ୍ଣପୁରର ଅପହୃତ ନାବାଳକ ଆୟୁଷ ପୁରୀରୁ ଉଦ୍ଧାର
ସୁବର୍ଣ୍ଣପୁର, 10 ସେପ୍ଟେମ୍ବର (ହି.ସ.) ମଧ୍ୟପ୍ରଦେଶର ତିନି ଜଣ ଦୁର୍ବୃତ୍ତଙ୍କ ଦ୍ବାରା ଅପହୃତ ସୋନପୁରର ନଅ ବର୍ଷର ନାବାଳକକୁ ଗତ ରାତି ୧ ଟା ରେ ପୁରୀ ମାର୍କେଟ୍ ଛକ ସ୍ଥିତ ମହାୱର ଗେଷ୍ଟ୍ ହାଉସ୍‌ରୁ ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ ସମ୍ପୃକ୍ତ ମଧ୍ୟପ୍ରଦେଶ ର ୩ ଜଣ ଅଭିଯୁକ୍ତ ପୁରୀ ରୁ ଖସି ଯା
ସୁବର୍ଣ୍ଣପୁର ର ଅପହୃତ ନାବାଳକ ଆୟୁଷ ପୁରୀ ରୁ ଉଦ୍ଧାର - ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଲେ ସୁବର୍ଣ୍ଣପୁର ଏସପି


ସୁବର୍ଣ୍ଣପୁର, 10 ସେପ୍ଟେମ୍ବର (ହି.ସ.)

ମଧ୍ୟପ୍ରଦେଶର ତିନି ଜଣ ଦୁର୍ବୃତ୍ତଙ୍କ ଦ୍ବାରା ଅପହୃତ ସୋନପୁରର ନଅ ବର୍ଷର ନାବାଳକକୁ ଗତ ରାତି ୧ ଟା ରେ ପୁରୀ ମାର୍କେଟ୍ ଛକ ସ୍ଥିତ ମହାୱର ଗେଷ୍ଟ୍ ହାଉସ୍‌ରୁ ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ ସମ୍ପୃକ୍ତ ମଧ୍ୟପ୍ରଦେଶ ର ୩ ଜଣ ଅଭିଯୁକ୍ତ ପୁରୀ ରୁ ଖସି ଯାଇଛନ୍ତି । ତେବେ ସେମାନେ ବ୍ୟବହାର କରୁଥିବା କାର ଓ଼ ଏକ ମାଉଜର କୁ ଜଗନ୍ନାଥ ବଲ୍ଲଭ ପାର୍କିଂ ରେ ପୋଲିସ ପାଇଛି । ୭ ତାରିଖ ରାତି ସୋନପୁର ସହର ୧୦ ନମ୍ବର ୱାର୍ଡ଼ ର ପଟାଭାଡ଼ିରୁ ବାଳକକୁ ଅପହୃତ କରଯାଇଥିଲା l ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ପୁରୀ ଏସ୍‌ପି ଏସ ପ୍ରତୀକ ସିଂହ ଓ ସିଟିଡିଏସପି ଙ୍କ ଉଦ୍ୟମ ରେ ବିଭିନ୍ନ ଥାନାର ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ସନ୍ଧାନୀ କୁକୁର ସହାୟତାରେ ତନାଘନା ଚଳାଇ ଥିଲେ । ପୋଲିସ ଡିଜି ଏବଂ ଉତ୍ତରାଞ୍ଚଳ ଆଇଜି ଙ୍କ ତତ୍ୱାବଧାନରେ ପୁରୀ ଓ଼ ସୁବର୍ଣ୍ଣପୁର ଏସପି ଙ୍କ ଉଦ୍ୟମରେ ଦୁଇଟି ସାଈବର ଟିମ ଙ୍କ ପ୍ରଚେଷ୍ଟା ରେ ଅପହୃତ ନାବାଳକ କୁ ସୁରକ୍ଷିତ ଉଦ୍ଧାର କରିଥିବା ବିଷୟ ଏସପି ପ୍ରକାଶ କରିଛନ୍ତି l ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ର ଏକ ସ୍ବତନ୍ତ୍ର ଟିମ ଆଜି ସକାଳେ ପୁରୀ ପହଞ୍ଚି ପୁରୀ ପୋଲିସ ପାଖରୁ ସୁରକ୍ଷିତ ଭାବେ ଆଣି ସୋନପୁର ଥାନା ରେ ରଖିଥିବା ଓ ଅପହୃତ ନାବାଳକ ର ବାପା ଶ୍ରଦ୍ଧା କର ନାଏକ ଓ ମାଆ ମନ୍ଦାକିନୀ ନାଏକ ଙ୍କୁ ହସ୍ତାନ୍ତର କରି ଥିବା ବିଷୟ ଆଜି ସଂଧ୍ୟାରେ ସୁବର୍ଣ୍ଣପୁର ଏସପି ଏକ ସାମ୍ୱାଦିକ ସମ୍ମିଳନୀରେ ବାଳକର ବାପା ମା ଆଗରେ ସବୁ ବିଷୟ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande