ବଲାଙ୍ଗିର, 10 ସେପ୍ଟେମ୍ବର (ହି.ସ.)
ଆସନ୍ତା ଦୁର୍ଗାପୂଜାକୁ ଶାନ୍ତିଶୃଙ୍ଖଳାର ସହ ଏବଂ ସୁରକ୍ଷିତ ଭାବେ ପାଳନ କରିବାକୁ ବଲାଙ୍ଗୀର ଜିଲା ପ୍ରଶାସନ ପକ୍ଷରୁ ମଙ୍ଗବାର ଜିଲାପାଳ କନ୍ଫରେନ୍ସ ହଲରେ ଏକ ପ୍ରସ୍ତୁତି ବୈଠକ ଡକାଯାଇଥିଲା। ଏଥର ସହରରେ ୧୭ଟି ପୂଜା ମଣ୍ଡପରେ ଦୁର୍ଗାପୂଜା ହେବ। ଅତିରିକ୍ତ ଜିଲାପାଳ ପବିତ୍ର ବେହେରା ଓ ବିଜୟାନନ୍ଦ ସେଠୀଙ୍କ ଅଧ୍ୟକ୍ଷତାରେ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଉପଜିଲାପାଳ ଆଲୋକ ପଟେଲ,ପୌରପରିଷଦ ର୍ନିବାହୀ ଅଧିକାରୀ ସନ୍ତୋଷ ବେହେରା , ବିଦ୍ୟୁତ ବିଭାଗର ଏସଇ ସୁବ୍ରତ ସେଠ, ଏସ୍ଡିପିଓ ସରୋଜ କୁମାର ଉପାଧ୍ୟାୟ,ଟାଉନ ଥାନା ଆଇଆଇସି ଅବନୀ ସାହୁ, ପୂର୍ତ୍ତ ବିଭାଗ ଏସଡିଓ ମନୋଜ କୁମାର ମାଝି, ଜନସ୍ବାସ୍ଥ୍ୟ ବିଭାଗ ଜେଇ , ଅଗ୍ନିଶମ ବିଭାଗ ଓ ବିଭିନ୍ନ ଦୁର୍ଗା ପୂଜା କମିଟି ସଭାପତି, ସମ୍ପାଦକ ଓ ପ୍ରତିନିଧି, ଅନ୍ୟ ଲାଇନ ବିଭାଗ କର୍ମଚାରୀ ଯୋଗଦାନ କରିଥିଲେ ।
ପାର୍ବଣ ସମୟରେ ସହଜରେ ଟ୍ରାଫିକ ନିୟନ୍ତ୍ରଣ, ପରିମଳ ବ୍ୟବସ୍ଥା, ଲାଇଟ ସୁବ୍ୟବସ୍ଥା ନେଇ ଆଲୋଚନା କରାଯାଇଥିଲା। ପାର୍ବଣକୁ ନେଇ ଜାରି କରାଯାଇଥିବା ସରକାରୀ ନିର୍ଦ୍ଦେଶନାମା ପାଳନ, ନିଶା ନିବାରଣ, ଭସାଣି ପାଇଁ ଆଗୁଆ ଅନୁମତି, ପୂଜା ମଣ୍ଡପ ମାନଙ୍କରେ ସିସି କ୍ୟାମେରା ଲଗାଇବା ଓ ଶାନ୍ତି ଶୃଙ୍ଖଳାର ସହ ପୂଜା ପାଳନ ଉପରେ ସବିଶେଷ ଆଲୋଚନା ହୋଇଥିଲା। ଏସ୍ଡିପିଓ ଉପାଧ୍ୟାୟ ଟ୍ରାଫିକ ଓ ଶାନ୍ତିଶୃଙ୍ଖଳା ଉପରେ ଗୁରୁତ୍ୱ ଦେଇଥିଲେ। ଟାଉନ ଥାନା ଆଇଆଇସି ସାହୁ ନିୟମ ମାନିବାକୁ କହିଥିଲେ । ପୌର ନିର୍ବାହୀ ଅଧିକାରୀ ସନ୍ତୋଷ ବେହେରା ପରିମଳ ଓ ଅନ୍ୟାନ୍ୟ ଆନୁସଙ୍ଗିକ ବିଷୟ ଉପରେ ଆଲୋଚନା କରିଥଲେ l
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ