ଗଂଜାମ, 10 ସେପ୍ଟେମ୍ବର (ହି.ସ.)
ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ବହୁମୁଖୀ ସମାଜ ମଙ୍ଗଳ ଓ ସାଂସ୍କୃତିକ କେନ୍ଦ୍ର ତରଫରୁ ହିନ୍ଦୀ ଚଳଚିତ୍ର ଜଗତର ପ୍ରଖ୍ୟାତ ପ୍ରଚ୍ଛଦପଟ୍ଟ ଗାୟିକା ଆଶା ଭୋନ୍ସଲେଙ୍କ 92 ତମ ଜନ୍ମଦିନ ସିଦ୍ଧାର୍ଥ ନଗର ମୁଖ୍ୟ ରାସ୍ତାସ୍ଥିତ ହିମାନୀ ସେଲିବ୍ରସନରେ ଉପସଭାପତି ଶ୍ରୀ ମହେନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ପାଳନ କରାଯାଇଥିଲା || ସର୍ବାଧିକ ତଥା ସବୁ ପ୍ରକାର ଗୀତ ଗାଇଥିବା ଏହି ପ୍ରଖ୍ୟାତ ଗାୟିକା ସଂଗୀତ କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ଭାରତ ରତ୍ନ ପାଇବା ଉଚିତ ବୋଲି ସମ୍ପାଦକ ମହମଦ ଆସଲାମଙ୍କ ପ୍ରସ୍ତାବ ସର୍ବସମତ୍ତଭାବେ ଗ୍ରହଣ କରାଯାଇଥିଲା || ଏହି କାର୍ଯ୍ୟକ୍ରମକୁ ଯେ. ଏମ. ଆଇ, ଦିଲ୍ଲୀର ପ୍ରାକ୍ତନ ପ୍ରାଧ୍ୟାପକ ଉଦଘାଟନ କରିଥିଲେ || ମୁଖ୍ୟ ଅତିଥି ସମାଜ ସେବି ତଥା ଗାୟିକା ଶ୍ରୀମତୀ ଜୟନ୍ତୀ ପାତ୍ର କେକ କାଟି ଆଶାଜୀଙ୍କ କାଳଜୟୀ ସଙ୍ଗୀତ ବିଷୟରେ କହିଥିଲେ || ସମ୍ମାନିତ ଅତିଥି ଭାବେ ପ୍ରତିଷ୍ଠିତ ଗାୟକ ବାଙ୍ଗାରି ଓ ଅନ୍ୟତମ ଅତିଥି ରୂପେ ମହମଦ ଇସ୍ମାଇଲ ଯୋଗଦେଇଥିଲେ || ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ହର ମୋହନ ପାଣିଗ୍ରାହୀ, କୋଷାଧ୍ୟକ୍ଷ୍ୟ ସୁନୀଲ କୁମାର ସାହୁ, ସାଙ୍ଗଠନିକ ସମ୍ପାଦକ ପାର୍ବତୀ ପ୍ରସାଦ ପାଢ଼ୀ, କୈଳାସ ଚନ୍ଦ୍ର ତ୍ରିପାଠୀ, ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ପ୍ରଭାକର ପାତ୍ର, ଟୁକୁନା ବାବୁ ପ୍ରମୁଖ ଯୋଗଦେଇ ଆଶା ଦିଦିଙ୍କ ସଂଗୀତ ପ୍ରତିଭାଉପରେ ବକ୍ତବ୍ୟ ରଖିଥିଲେ ଓ ତାଙ୍କର କେତୋଟି ସଂଗୀତ ଗାନ କରି ସ୍ମୃତି ଚାରଣ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ