ଭୁବନେଶ୍ୱର, 10 ସେପ୍ଟେମ୍ବର (ହି.ସ.)- ଆତ୍ମହତ୍ୟା
ନିରୋଧ ଦିବସରେ ଉଭୟ ଶାରୀରିକ ଏବଂ ମାନସିକ ସୁସ୍ଥତାକୁ ପ୍ରୋତ୍ସାହିତ କରିବାକୁ
ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ଆହ୍ୱାନ ଦେଇଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ
ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଜୀବନ : ଭଗବାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ଏକ ସୁନ୍ଦର ଉପହାର,
ଏହାକୁ ନଷ୍ଟ କରନ୍ତୁ ନାହିଁ । ଆତ୍ମହତ୍ୟା କୌଣସି ସମାଧାନର ରାସ୍ତା ନୁହେଁ ଏହା
କେବକ ଏକ ଦୁର୍ବଳ ମାନସିକତା।
ସ୍ୱାସ୍ଥ୍ୟମନ୍ତ୍ରୀ
କହିଛନ୍ତି ଯେ, ଆଜି ଆତ୍ମହତ୍ୟା ନିରୋଧ ଦିବସରେ ଆସନ୍ତୁ ଉଭୟ ଶାରୀରିକ ଏବଂ ମାନସିକ ସୁସ୍ଥତାକୁ
ପ୍ରୋତ୍ସାହିତ କରିବା ଏବଂ ଆତ୍ମହତ୍ୟା ରୋକିବା ପାଇଁ ବ୍ୟାପକ ସଚେତନତା ସୃଷ୍ଟି ନିମନ୍ତେ ଆମେ
ସମସ୍ତେ କାର୍ଯ୍ୟ କରିବା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା