ଆଜି ରାହୁଲ ଗାନ୍ଧିଙ୍କ ରାୟବରେଲି ଗସ୍ତ
ନୂଆଦିଲ୍ଲୀ, 10 ସେପ୍ଟେମ୍ବର (ହି.ସ.)- କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଆଜି ତାଙ୍କ ସଂସଦୀୟ ନିର୍ବାଚନ ମଣ୍ଡଳୀ ରାୟବରେଲି (ଉତ୍ତର ପ୍ରଦେଶ) ଗସ୍ତରେ ରହିବେ। ସେ ଏବେ ଲକ୍ଷ୍ନୌ ପହଞ୍ଚିଛନ୍ତି ଓ ସେଠାରୁ ରାୟବରେଲି ଯାତ୍ରା କରିବେ। ସେ ତାଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀର
ଆଜି ରାହୁଲ ଗାନ୍ଧିଙ୍କ ରାୟବରେଲି     ଗସ୍ତ


ନୂଆଦିଲ୍ଲୀ, 10 ସେପ୍ଟେମ୍ବର (ହି.ସ.)- କଂଗ୍ରେସ ସାଂସଦ

ରାହୁଲ ଗାନ୍ଧୀ ଆଜି ତାଙ୍କ ସଂସଦୀୟ ନିର୍ବାଚନ ମଣ୍ଡଳୀ ରାୟବରେଲି (ଉତ୍ତର ପ୍ରଦେଶ) ଗସ୍ତରେ

ରହିବେ। ସେ ଏବେ ଲକ୍ଷ୍ନୌ ପହଞ୍ଚିଛନ୍ତି ଓ ସେଠାରୁ ରାୟବରେଲି ଯାତ୍ରା କରିବେ। ସେ ତାଙ୍କ

ଲୋକସଭା ନିର୍ବାଚନ ମଣ୍ଡଳୀର ବୁଥ୍ କାର୍ଯ୍ୟକର୍ତ୍ତାମାନଙ୍କୁ ସାକ୍ଷାତ କରିବେ।

ଲୋକସଭାରେ ବିରୋଧୀ ନେତା

ରାହୁଲ ଗାନ୍ଧୀ ପ୍ରଥମେ ଡେଡ଼ଉଲି ଅଞ୍ଚଳର ବଟୋହୀ ରିସୋର୍ଟରେ ହରଚାନ୍ଦପୁର ବିଧାନସଭା ଅଞ୍ଚଳର

ବୁଥ୍ କାର୍ଯ୍ୟକର୍ତ୍ତାମାନଙ୍କ ସହିତ ବୈଠକ କରିବେ।

ଏହାପରେ ସକାଳ 11:45 ରେ

ଶାନ୍ତି ଗ୍ରାଣ୍ଡ ହୋଟେଲରେ ପ୍ରଜାପତି ସମାଜର ପ୍ରତିନିଧିମାନଙ୍କୁ ଭେଟି,

ସେମାନଙ୍କ ପ୍ରସଙ୍ଗ ଓ ଚିନ୍ତା ଉପରେ ଆଲୋଚନା କରିବେ।

ଏହା ପରେ ଦ୍ୱିପ୍ରହର 1:00ଟାରେ

ସେ ସଦର ବିଧାନସଭା ଅଞ୍ଚଳର ଗୋରାବଜାର ଛକରେ ଅଶୋକ ସ୍ତମ୍ଭର ଉଦ୍‌ଘାଟନ କରିବେ। ଦ୍ୱିପ୍ରହର

2:45 ରେ ସେ ଅମର ଶହୀଦ ବୀର ପାସୀ ବନ ଗ୍ରାମରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗ ଦେବେ।

ଶେଷରେ,

3:45 ମିନିଟ ସମୟରେ ରାହୁଲ ଗାନ୍ଧୀ ଉଁଚାହାର ବିଧାନସଭାର

ବୁଥ୍ କାର୍ଯ୍ୟକର୍ତ୍ତାମାନଙ୍କ ସହିତ ଉଁଚାହାର ନ୍ୟୁ ବଟୋହୀରେ ବୈଠକ କରି ଲୋକମାନଙ୍କର ସମସ୍ୟା

ଶୁଣିବେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande