ରାଂଚି, 10 ସେପ୍ଟେମ୍ବର (ହି.ସ.)- ଦିଲ୍ଲୀ ପୁଲିସର ସ୍ପେଶାଲ
ସେଲ୍ , ଝାରଖଣ୍ଡ ଏଟିଏସ୍ (ଆତଙ୍କବାଦ
ବିରୋଧୀ ଦଳ) ଓ ରାଞ୍ଚୀ ପୁଲିସର ଏକ ମିଳିତ ଦଳ ଏକ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ୍ କରିଛି।
ବୁଧବାର ସକାଳେ ରାଞ୍ଚିର ଲୋୱାର ବଜାର ଥାନା
ଅଞ୍ଚଳର ଇସ୍ଲାମନଗର ସ୍ଥିତ ତବ୍ରକ ଲଜ୍ରୁ ଏହି ଗିରଫ କରାଯାଇଛି । ସେଠାରୁ ଅନେକ ଇଲେକ୍ଟ୍ରୋନିକ୍
ଉପକରଣ ଜବତ କରାଯାଇଛି।
ସନ୍ଦିଗ୍ଧ ଆତଙ୍କବାଦୀଙ୍କ
ପରିଚୟ ଅସହର ଦାନିଶ ବୋଲି ହୋଇଛି। ଏହା ସହିତ, ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ ଓ ଝାରଖଣ୍ଡ ଏଟିଏସ୍ ପଲାମୁ ଜିଲ୍ଲାରେ ମଧ୍ୟ ରେଡ୍ କରି ଜଣେ
ବ୍ୟକ୍ତିଙ୍କୁ ହେପାଜତକୁ ନେଇଛନ୍ତି ଓ ତାଙ୍କୁ ପଚାରାଉଚାରା କରୁଛନ୍ତି।
ରାଞ୍ଚୀରେ ଗିରଫ ହୋଇଥିବା
ଅସହର ଦାନିଶ, ବୋକାରୋ ଜିଲ୍ଲାର
ପେଟରୱାର ଅଞ୍ଚଳର ବାସିନ୍ଦା।
ଦିଲ୍ଲୀରେ ତା ବିରୁଦ୍ଧରେ ଦାଖଲ ହୋଇଥିବା ଗୋଟିଏ ମାମଲା ଆଧାରରେ ଦିଲ୍ଲୀ ସ୍ପେଶାଲ ସେଲ ଦୀର୍ଘ
ଦିନ ଧରି ତା ତଲାସୀ କରୁଥିଲା । ଏହା ପରେ ଏହି ଗିରଫ
ସମ୍ଭବ ହୋଇପାରିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା