ପୂର୍ବ ଚମ୍ପାରଣ, ୧୧ ସେପ୍ଟେମ୍ବର (ହି.ସ.)- ଭାରତ-ନେପାଳ ଅନ୍ତର୍ଜାତୀୟ ସୀମାରେ ନିୟୋଜିତ ସଶସ୍ତ୍ର ସୀମା ବଳ (ଏସଏସବି)ର ୪୭ତମ ବାଟାଲିୟନର
ସତର୍କତା ଯୋଗୁଁ କାଠମାଣ୍ଡୁ କେନ୍ଦ୍ରୀୟ ଜେଲରୁ ପଳାୟନ କରିଥିବା ଜଣେ ବାଂଲାଦେଶୀ ନାଗରିକଙ୍କୁ
ଭାରତୀୟ ସୀମାରେ ପ୍ରବେଶ କରିବା ପୂର୍ବରୁ ଗିରଫ କରାଯାଇଥିଲା।ଧରାପଡ଼ିଥିବା
ବ୍ୟକ୍ତି ହେଉଛନ୍ତି ମୋହମ୍ମଦ ଅବଦୁଲ, ଯିଏ ନେପାଳରେ
ରହୁଥିବା ସମୟରେ ସୁନା ଚୋରା ଚାଲାଣ କରୁଥିଲେ ଏବଂ ଗତ ପାଞ୍ଚ ବର୍ଷ ଧରି କାଠମାଣ୍ଡୁ କେନ୍ଦ୍ରୀୟ
ଜେଲରେ ବନ୍ଦୀ ଥିଲେ। ସୂଚନା ଅନୁଯାୟୀ, ସେପ୍ଟେମ୍ବର ୯
ତାରିଖରେ ନେପାଳରେ ପ୍ରବଳ ଜନ ଆନ୍ଦୋଳନ ସମୟରେ କାଠମାଣ୍ଡୁ କେନ୍ଦ୍ରୀୟ ଜେଲରେ ଏକ ଜେଲ
ଭାଙ୍ଗିବା ଘଟଣା ଘଟିଥିଲା।
ଏହାର ସୁଯୋଗ ନେଇ ମୋହମ୍ମଦ ଅବଦୁଲ ଜେଲରୁ ପଳାୟନ କରିଥିଲେ ଏବଂ ନେପାଳରୁ ପଳାୟନ କରି ଭାରତରେ ପ୍ରବେଶ କରିବାକୁ ଚେଷ୍ଟା
କରୁଥିଲେ। କିନ୍ତୁ ସହଦେବା ବର୍ଡରଆଉଟପୋଷ୍ଟ ନିକଟରେ ପିଲର ସଂଖ୍ୟା 378 ର ନିକଟ ଏସଏସବି ସତର୍କ ଯବାନ ଧରିଥିଲେ।ଗିରଫ ପରେ ଏସଏସବି ଦ୍ୱାରା
କରାଯାଇଥିବା ପଚରାଉଚରା ସମୟରେ ମହମ୍ମଦ ଅବଦୁଲ ସ୍ୱୀକାର କରିଥିଲେ ଯେ ସେ ନେପାଳରେ ଗତ କିଛି ବର୍ଷ ଧରି ନେପାଳରେ ସୁନା ଚୋରା ଚାଲାଣରେ
ଜଡିତ ଥିଲେ। ଜେଲରୁ ଖସିଯିବା ପରେ, ତାଙ୍କର ଯୋଜନା
ଥିଲା ରକ୍ସୌଲ ଦେଇ କୋଲକାତା ଯିବାକୁଥିଲା ,ଯେଉଁଠାରେ ସେ ବାଂଲାଦେଶ
ଫେରିବାକୁ ଚାହୁଁଥିଲେ। କିନ୍ତୁ ଏସଏସବିର ମୁସ୍ତୌଦିତାଙ୍କର ଯୋଜନାକୁ
ପଣ୍ଡ କରିଦେଲା।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା