ଚିକାଗୋ ଉଦବୋଧନ'ର ୧୩୨ ତମ ବାର୍ଷିକୀର ଶୁଭକାମନା ଜଣାଇଲେ ପିଏମ ମୋଦି
ନୂଆଦିଲ୍ଲୀ, 11 ସେପ୍ଟେମ୍ବର (ହି.ସ.) - ‘ଚିକାଗୋ ଉଦବୋଧନ''ର ୧୩୨ ତମ ବାର୍ଷିକୀର ଶୁଭକାମନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ସୋସିଆଲ ମିଡିଆ ଏକ୍ସରେ ପିଏମ ମୋଦି କହିଛନ୍ତି ଯେ, 1893 ମସିହାରେ ଏହି ଦିନରେ ଚିକାଗୋରେ ଦିଆଯାଇଥିବା ସ୍ୱାମୀ
ଚିକାଗୋ ଉଦବୋଧନ'ର ୧୩୨ ତମ ବାର୍ଷିକୀର ଶୁଭକାମନା ଜଣାଇଲେ ପିଏମ ମୋଦି


ନୂଆଦିଲ୍ଲୀ, 11 ସେପ୍ଟେମ୍ବର (ହି.ସ.)

- ‘ଚିକାଗୋ

ଉଦବୋଧନ'ର ୧୩୨ ତମ ବାର୍ଷିକୀର ଶୁଭକାମନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

ନରେନ୍ଦ୍ର ମୋଦି । ଏନେଇ ସୋସିଆଲ ମିଡିଆ ଏକ୍ସରେ ପିଏମ ମୋଦି କହିଛନ୍ତି ଯେ, 1893 ମସିହାରେ

ଏହି ଦିନରେ ଚିକାଗୋରେ ଦିଆଯାଇଥିବା ସ୍ୱାମୀ ବିବେକାନନ୍ଦଙ୍କ ଏହି ଭାଷଣକୁ ଭାରତୀୟ ଇତିହାସରେ

ଏକ ସ୍ୱର୍ଣ୍ଣିମ କ୍ଷଣଭାବରେ ଦେଖାଯାଏ। ସେ ସାମରସ୍ୟ ଓ ବିଶ୍ୱ ଭାତୃତ୍ୱ ଉପରେ ଜୋର ଦେଇ

ଭାରତୀୟ ସଂସ୍କୃତିର ଆଦର୍ଶଗୁଡ଼ିକୁ ଅନ୍ତର୍ଜାତୀୟ ମଞ୍ଚରେ ଉପସ୍ଥାପନ କରିଥିଲେ।

ଏହି ଭାଷଣ ନିଶ୍ଚୟ ଭାବେ ଆମ

ଐତିହ୍ୟର ସବୁଠୁ ପ୍ରଶଂସିତ ଓ ପ୍ରେରଣାଦାୟୀ ମୁହୂର୍ତ୍ତମାନଙ୍କ ମଧ୍ୟରୁ ଗୋଟିଏ ବୋଲି

ପ୍ରଧାନମନ୍ତ୍ରୀ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande