ଆଇନଶୃଙ୍ଖଳା ପରିସ୍ଥିତି, ଟ୍ରାଫିକ ସମସ୍ୟା ଓ ନିଶା କାରବାରକୁ ଦମନ କରିବା ଦିଗରେ ପୋଲିସ ଦୃଢ଼ ପଦକ୍ଷେପ ନେବା ପାଇଁ ଏସପିଙ୍କୁ ଅନୁରୋଧ କଲା ଜିଲ୍ଲା ଓକିଲ ସଂଘ
ବଲାଙ୍ଗିର, ୧୨ ସେପ୍ଟେମ୍ବର (ହି.ସ.)- ଆଜି ବଲାଙ୍ଗିର ଜିଲ୍ଲା ଓକିଲ ସଂଘର ଏକ ପ୍ରତିନିଧି ଦଳ ବଲାଙ୍ଗିର ଏସପି ଅଭିଳାଷ ଜୀ ଙ୍କୁ ସାକ୍ଷାତ କରି ବଲାଙ୍ଗିର ଜିଲ୍ଲାରେ ବର୍ଦ୍ଧିତ ଟ୍ରାଫିକ ସମସ୍ୟା ଓ ନିଶା କରବାରକୁ ରୋକିବା ଦିଗରେ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ । ଜନ
ଆଇନଶୃଙ୍ଖଳ ପରିସ୍ଥିତି, ଟ୍ରାଫିକ ସମସ୍ୟା ଓ ନିଶା କାରବାରକୁ ଦମନ କରିବା ଦିଗରେ ପୋଲିସ ଦୃଢ଼ ପଦକ୍ଷେପ ନେବା ପାଇଁ ଏସ୍‌ପି ଙ୍କୁ ଅନୁରୋଧ କଲା ଜିଲ୍ଲା ଓକିଲ ସଂଘ


ବଲାଙ୍ଗିର, ୧୨ ସେପ୍ଟେମ୍ବର (ହି.ସ.)- ଆଜି ବଲାଙ୍ଗିର ଜିଲ୍ଲା ଓକିଲ ସଂଘର ଏକ ପ୍ରତିନିଧି ଦଳ ବଲାଙ୍ଗିର ଏସପି ଅଭିଳାଷ ଜୀ ଙ୍କୁ ସାକ୍ଷାତ କରି ବଲାଙ୍ଗିର ଜିଲ୍ଲାରେ ବର୍ଦ୍ଧିତ ଟ୍ରାଫିକ ସମସ୍ୟା ଓ ନିଶା କରବାରକୁ ରୋକିବା ଦିଗରେ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ । ଜନସଂଖ୍ୟା ଓ ଯାନବାହାନ ସଂଖ୍ୟା ଦିନକୁ ଦିନ ବଢ଼ିଥିବା ବେଳେ ସହରରେ ବେପରୁଆ ଗାଡିଚାଳନା ଓ ଟ୍ରାଫିକ ସମସ୍ୟା ବଢିଛି। ଏଥିଯୋଗୁଁ ଦୁର୍ଘଟଣା ଓ ଜୀବନହାନୀ ଘଟୁଛି ବୋଲି ଜିଲ୍ଲା ଓକିଲ ସଂଘ ଅଭିଯୋଗ କରିଛି । ଏଥିସହ ବଲାଙ୍ଗିର ତହସିଲରେ ଗାଡିଚୋରି, ଦଲାଲରାଜ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଜଣେ ପୋଲିସ କର୍ମଚାରୀଙ୍କୁ ମୁତୟନ କରିବା ପାଇଁ ବଲାଙ୍ଗିର ଏସପି ଙ୍କୁ ଅନୁରୋଧ କରାଯାଇଥିଲା । ଓକିଲ ମାନଙ୍କ ସହ ଆଲୋଚନା ବେଳେ ବଲାଙ୍ଗିର ସହରରେ ଟ୍ରାଫିକ ସମସ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ଅଧିକ ପୋଲିସ ଫୋର୍ସ ନିୟୋଜିତ କରିାଯିବ ତଥା ନିଶା କାରବାରରେ ସଂପୃକ୍ତ ଥିବା ବ୍ୟକ୍ତି ମାନଙ୍କୁ ଛଡାଯିବ ନାହିଁ ବୋଲି ବଲାଙ୍ଗିର ଏସପି ପ୍ରତିଶୃତି ଦେଇଛନ୍ତି ।

ଜିଲ୍ଲା ଓକିଲ ସଂଘର ସଭାପତି ବାସୁଦେବ ରଥଙ୍କ ନେତୃତ୍ୱରେ ଆଜିର ଆଲୋଚନାରେ ଅନ୍ୟ ମାନଙ୍କ ମଧ୍ୟରେ ସଂଘର ସଂପାଦକ ସଂଜୟ ବଗର୍ତ୍ତୀ, ଯୁଗ୍ମ ସଂପାଦକ ସୁମିତ ଖୁଆସ, କୋଷାଧ୍ୟକ୍ଷ ସମୀର ମିଶ୍ର ଙ୍କ ସମେତ ସବିତାରାଣୀ ମିଶ୍ର, ଗୋବିନ୍ଦ ମହାନ୍ତି, ମଳୟ ଗଡତ୍ୟା, ରବି ବହିଦାର, ରଘୁନନ୍ଦନ ସିଂହ, ଦିପ୍ତୀ ଶର୍ମା, ସଂଜୀବ ହୋତା, ପ୍ରଶାନ୍ତ ସେନାପତି, ପ୍ରଜ୍ଞା ବହିଦାର ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande