ଲକ୍ଷ୍ନୌରେ ସଡକ ଦୁର୍ଘଟଣାରେ 5ଜଣଙ୍କ ମୃତ୍ୟୁ, 19 ଆହତ
ଲକ୍ଷ୍ନୌ, 12 ସେପ୍ଟେମ୍ବର (ହି.ସ.)-ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌର କାକୋରି ଥାନା ଅଞ୍ଚଳରେ ବୁଧବାର ରାତିରେ କୈସରବାଗ୍ ଡିପୋର ଏକ ରୋଡୱେଜ୍ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ବସ୍‌ରେ ଥିବା ପାଞ୍ଚଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି ଓ ୧୯ ଜଣ ଆହତ ହୋଇଛନ୍ତି। ଘଟଣ
ଲକ୍ଷ୍ନୌରେ ସଡକ ଦୁର୍ଘଟଣାରେ     5ଜଣଙ୍କ ମୃତ୍ୟୁ, 19 ଆହତ


ଲକ୍ଷ୍ନୌ, 12 ସେପ୍ଟେମ୍ବର (ହି.ସ.)-ଉତ୍ତର ପ୍ରଦେଶର

ରାଜଧାନୀ ଲକ୍ଷ୍ନୌର କାକୋରି ଥାନା ଅଞ୍ଚଳରେ ବୁଧବାର ରାତିରେ କୈସରବାଗ୍ ଡିପୋର ଏକ ରୋଡୱେଜ୍ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି

ଦୁର୍ଘଟଣାରେ ବସ୍‌ରେ ଥିବା ପାଞ୍ଚଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି ଓ ୧୯ ଜଣ ଆହତ ହୋଇଛନ୍ତି।

ଘଟଣା ସମ୍ବନ୍ଧରେ ଖବର

ମିଳିବା ପରେ ମଣ୍ଡଳାୟୁକ୍ତ ଡା. ରୋଶନ ଜ୍ୟାକବ୍, ଲକ୍ଷ୍ନୌ ପୁଲିସ କମିଶନର ଅମରେନ୍ଦ୍ର କୁମାର ସେଙ୍ଗର, ଜିଲ୍ଲାପାଳ ବିଶାଖ ଜୀ ଓ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀମାନେ ହସ୍ପିଟାଲରେ ପହଂଚି ଆହତଙ୍କ

ସ୍ଥିତି ପଚାରି ବୁଝିଛନ୍ତି ।

ପୁଲିସ କମିଶନର କହିଛନ୍ତି ଯେ,

ହରଦୋଇରୁ ଯାତ୍ରୀମାନଙ୍କୁ ନେଇ ନେଇ କୈସରବାଗ୍ ଡିପୋର

ରୋଡୱେଜ୍ ବସ୍ ଲକ୍ଷ୍ନୌ ଆସୁଥିଲା। ବୁଧବାର ରାତି ସମୟରେ ବେତା ନାଳ ପୋଲ୍ ଟିକୈତଗଂଜ ନିକଟରେ

ବସଟି ନିୟନ୍ତ୍ରଣ ହରାଇ ଖାଇ ଭିତରକୁ ଖସିପଡ଼ିଥିଲା। ଖବର ମିଳିବା ମାତ୍ରେ ପୁଲିସ ଘଟଣାସ୍ଥଳରେ

ପହଞ୍ଚି ଆହତମାନଙ୍କୁ ହସ୍ପିଟାଲକୁ ନେଇଛି ଓ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande