କାଠମାଣ୍ଡୁ, 12 ସେପ୍ଟେମ୍ବର (ହି.ସ.)- ନେପାଳରେ
ସୋସିଆଲ୍ ମିଡିଆ ଉପରେ ଲାଗୁଥିବା ପ୍ରତିବନ୍ଧକ ବିରୋଧରେ ହୋଇଥିବା ଆନ୍ଦୋଳନରୁ ଉତ୍ପନ୍ନ
ପରିସ୍ଥିତି ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ପଦ ଛାଡ଼ିବାକୁ ବାଧ୍ୟ କରିଛି। ବର୍ତ୍ତମାନ
ଦେଶରେ ଅନ୍ତରୀଣ ସରକାର ଗଠନ ଓ ସଂସଦ ବିଘଟନ ନେଇ ଚର୍ଚ୍ଚା ଜୋରଦାର ଭାବେ ଚାଲିଛି। ଆନ୍ଦୋଳନ
ସମୟରେ ଘଟିଥିବା ହିଂସା ପରେ ସେନା ମୋର୍ଚ୍ଚା ସମ୍ଭାଳିବା ସହିତ ହିଂସା ଅପେକ୍ଷାକୃତ ଭାବେ
ଶାନ୍ତ ହୋଇଛି। ବର୍ତ୍ତମାନ ଦେଶରେ ଅନ୍ତରୀଣ ସରକାର ଗଠନ ପାଇଁ ଉଦ୍ୟମ ଜାରି ଅଛି। ଆଜି ସକାଳ
୯ଟାରୁ ରାଷ୍ଟ୍ରପତି ଭବନରେ ବୈଠକର ପରବର୍ତ୍ତୀ ପର୍ଯ୍ୟାୟ ଆରମ୍ଭ ହେବ। ପୂର୍ବତନ ମୁଖ୍ୟ
ନ୍ୟାୟାଧୀଶ ସୁଶୀଳା କାର୍କିଙ୍କୁ ଅନ୍ତରୀଣ ସରକାର ମୁଖ୍ୟ ଭାବେ ନିଯୁକ୍ତ କରିବା ଉପରେ ପ୍ରାୟ
ସମ୍ମତି ହୋଇଯାଇଛି।
ଅନ୍ତରୀଣ ସରକାର ମୁଖ୍ୟ ଭାବେ
ସୁଶୀଳା କାର୍କିଙ୍କ ନାମ ଉପରେ ସମ୍ମତି ମିଳିଥିଲେ ମଧ୍ୟ ସଂସଦ ବିଘଟନ ନେଇ ରାଜନୈତିକ ଦଳମାନେ
ବିରୋଧ କରିଛନ୍ତି, ଯାହାକୁ ଦୃଷ୍ଟିରେ
ରଖି ଆଜି ସକାଳେ ପୁଣିଥରେ ବୈଠକ ଡାକାଯାଇଛି। ଗତ ରାତି ୧୦.୩୦ ରୁ ରାଷ୍ଟ୍ରପତି ରାମଚନ୍ଦ୍ର
ପୌଡେଲଙ୍କ ସରକାରୀ ଆବାସ ଶୀତଳ ନିବାସ ରେ ଆରମ୍ଭ ହୋଇଥିବା ବୈଠକ ରାତି ୩ଟା
ପର୍ଯ୍ୟନ୍ତ ଚାଲିଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା