ଇସ୍ରାଏଲ ଆକ୍ରମଣ ପରେ ଆମେରିକା ସହ ସଂପର୍କକୁ ସୁଦୃଢ କରିବା ପାଇଁ କତାର ପିଏମଙ୍କ ୱାଶିଂଟନ ଗସ୍ତ
ୱାଶିଂଟନ, 12 ସେପ୍ଟେମ୍ବର (ହି.ସ.)- କତାରର ପ୍ରଧାନମନ୍ତ୍ରୀ ମୋହମ୍ମଦ ଅବ୍ଦୁଲ୍ ରହମାନ ଆଲ୍ ଥାନି ଶୁକ୍ରବାର ଦିନ ୱାଶିଂଟନରେ ପହଁଚିବେ, ଯେଉଁଠାରେ ସେ ବରିଷ୍ଠ ଆମେରିକୀୟ ଅଧିକାରୀମାନଙ୍କ ସହିତ ଭେଟଘାଟ କରିବେ। ଏହି ଗସ୍ତ ଏମିତି ଏକ ସମୟରେ ହେଉଛି ଯେତେବେଳେ ଇସ୍ରାଏଲ୍ ନିକ
ଇସ୍ରାଏଲ ଆକ୍ରମଣ ପରେ     ଆମେରିକା ସହ ସଂପର୍କକୁ ସୁଦୃଢ କରିବା ପାଇଁ କତାର ପିଏମଙ୍କ ୱାଶିଂଟନ ଗସ୍ତ


ୱାଶିଂଟନ, 12 ସେପ୍ଟେମ୍ବର (ହି.ସ.)- କତାରର

ପ୍ରଧାନମନ୍ତ୍ରୀ ମୋହମ୍ମଦ ଅବ୍ଦୁଲ୍ ରହମାନ ଆଲ୍ ଥାନି ଶୁକ୍ରବାର ଦିନ ୱାଶିଂଟନରେ ପହଁଚିବେ,

ଯେଉଁଠାରେ ସେ ବରିଷ୍ଠ ଆମେରିକୀୟ ଅଧିକାରୀମାନଙ୍କ

ସହିତ ଭେଟଘାଟ କରିବେ। ଏହି ଗସ୍ତ ଏମିତି ଏକ ସମୟରେ ହେଉଛି ଯେତେବେଳେ ଇସ୍ରାଏଲ୍ ନିକଟରେ

ଦୋହାରେ ଥିବା ହମାସ୍ ନେତାମାନଙ୍କୁ ଟାର୍ଗେଟ କରିଥିଲା।

ଇସ୍ରାଇଲୀ ଚ୍ୟାନେଲ ୧୨

ରିପୋର୍ଟ ଅନୁସାରେ, ଅଲ୍ ଥାନିଙ୍କର ଭେଟ

ଆମେରିକୀୟ ଉପରାଷ୍ଟ୍ରପତି ଜେ.ଡି. ୱେନ୍ସ, ବିଦେଶ ମନ୍ତ୍ରୀ

ମାର୍କୋ ରୁବିଓ ଓ ବିଶେଷ ଦୂତ ଷ୍ଟିଭ୍ ୱିଟକଫ୍ ସହିତ ନିର୍ଦ୍ଧାରିତ ଅଛି। ସମ୍ଭାବନା ଅଛି ଯେ ସେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ

ସହିତ ମଧ୍ୟ ଭେଟ କରିପାରନ୍ତି।

ଏହି ଗସ୍ତକୁ ଏକ ଏମିତି

ସଙ୍କେତ ବାବଦରେ ଦେଖାଯାଉଛି ଯେ ୱାଶିଂଟନ୍ କତାର ସହିତ ତାଙ୍କର ସମ୍ପର୍କକୁ ଅଧିକ ମଜବୁତ

କରିବାକୁ ଚାହୁଁଛି। ଟ୍ରମ୍ପ ଏହି ସପ୍ତାହରେ ତାଙ୍କ ଅଧିକାରୀମାନକୁ ନିର୍ଦେଶ ଦେଇଥିଲେ ଯେ କତାର

ସହିତ ଏକ ନୂଆ ସୁରକ୍ଷା ଚୁକ୍ତିକୁ ଆଗକୁ ବଢ଼ାଯାଉ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande