ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତରେ ୬୪୨୨ ମାମଲାର ଫଇସଲା
ଜୟପୁର, ୧୩ ସେପ୍ଟେମ୍ବର (ହି.ସ.)-ଆଜି ଜାତୀୟ ଆଇନ ସେବା ପ୍ରାଧିକରଣ ଓ ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦ୍ଦେଶ କ୍ରମେ କୋରାପୁଟ ଜିଲ୍ଲା ଦୌରାଜଜ ତଥା ଜିଲ୍ଲା ଆଈନ ସେବା ପ୍ରାଧିକରଣର ଅଧ୍ୟକ୍ଷ ପ୍ରଦୀପ କୁମାର ମହନ୍ତଙ୍କ ତତ୍ଵାବଧାନରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଅଦ
ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତରେ 6422 ମାମଲାର ଫଇସଲା


ଜୟପୁର, ୧୩ ସେପ୍ଟେମ୍ବର (ହି.ସ.)-ଆଜି ଜାତୀୟ ଆଇନ ସେବା ପ୍ରାଧିକରଣ ଓ ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦ୍ଦେଶ କ୍ରମେ କୋରାପୁଟ ଜିଲ୍ଲା ଦୌରାଜଜ ତଥା ଜିଲ୍ଲା ଆଈନ ସେବା ପ୍ରାଧିକରଣର ଅଧ୍ୟକ୍ଷ ପ୍ରଦୀପ କୁମାର ମହନ୍ତଙ୍କ ତତ୍ଵାବଧାନରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଅଦାଲତରେ ଜିଲ୍ଲା ଦୌରାଜଜ କୋରାପୁଟ ପ୍ରଦୀପ କୁମାର ମହନ୍ତ, ବରିଷ୍ଠ ଦେବାନି ବିଚାରପତି ସ୍ଵୟଂ ପ୍ରକାଶ ଦାସ, ମହିଳା ଅଦାଲତ ବିଚାରପତି ଶ୍ରୀମତୀ ଅଳକନନ୍ଦା ମହାନ୍ତି, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ତଥା ଭାରପ୍ରାପ୍ତ ସଚିବ ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତ ବିଚାରପତି ଶ୍ରୀମତୀ ଏସ. ଶୁଭଲକ୍ଷ୍ମୀ, ରେଜିସ୍ଟ୍ରାର ବିଷ୍ଣୁ ପ୍ରସାଦ ଦେବତା, ଉପଖଣ୍ଡ ବିଚାର ବିଭାଗୀୟ ଦଣ୍ଡାଧିକରି ସନ୍ତୋଷ କୁମାର ବାରିକ, ପ୍ରଥମ ଶ୍ରେଣୀ ବିଚାର ବିଭାଗ ଦଣ୍ଡାଧିକାରି ହରମନ ଦାଶ, ଦ୍ବିତୀୟ ଶ୍ରେଣୀ ବିଚାରବିଭାଗ ଦଣ୍ଡାଧିକାରୀ ସୁଶ୍ରୀ ଦୀକ୍ଷ୍କ୍ୟ ରାଉତରାଏ, ପ୍ରଜ୍ଞାସୁମନ ମହାପାତ୍ର ପ୍ରମୁଖ ଜୟପୁର ମୁଖ୍ୟାଳୟରେ ବିଭିନ୍ନ ବେଞ୍ଚରେ ଉପସ୍ଥିତ ରହି ପୃଥକ ପୃଥକ ଭାବେ କୋର୍ଟ କରି ମୋକଦ୍ଦମା ଫୈଇସଲା କରିଥିଲେ । ସେହିପରି କୋରାପୁଟ, କୋଟପାଡ, ଲକ୍ଷ୍ମୀପୁର, ସେମିଲିଗୁଡା, ବୋରିଗୁମ୍ମା, ଦଶମନ୍ତପୁର ଓ ଲମତାପୁଟରେ ରହିଥିବା କୋର୍ଟ ପରିସରରେ ମଧ୍ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେଇଥିଲା। ତତ ସଙ୍ଗେ ସଙ୍ଗେ କୋରାପୁଟ ଓ ଜୟପୁର ଉପ ଜିଲ୍ଲାପାଳ ଓ ଜିଲ୍ଲାର ସମସ୍ତ ତହସିଲଦାର, ଆଞ୍ଚଳିକ ପରିବହନ କାର୍ଯ୍ୟ।ଳୟ ମାନଙ୍କ ଦ୍ଵାରା ମଧ୍ୟ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ରାଜସ୍ୱ ବିବାଦର ଫଇସଲା କରାଯାଇଥିଲା।ଏହି ରାଷ୍ଟ୍ରୀୟ ଲୋକଅଦାଲତରେ 37 ଗୋଟି ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲାର ଫୈଇସଲା କରି ବୀମା କମ୍ପାନୀ ମାନଙ୍କୁ କ୍ଷତି ପୂରଣ ବାବଦରେ ଆଦେଶ ଦେଇ ବାଦି ମାନଙ୍କୁ 2,87,10,000/- ଟଙ୍କ। କ୍ଷତି ପୂରଣ ଦେବା ପାଇଁ ଧାର୍ଯ୍ୟ କରଯାଇଥିଲା, ସେହିପରି 12 ଗୋଟି ସାଲିସ ଯୋଗ୍ୟ ଫୌଜଦାରୀ ମାମଲା, 19 ଗୋଟି ବ୍ୟଙ୍କ ରୁଣ ମାମଲା, ଫୈଇସଲା କରି 21,77,861 ଟଙ୍କା ବକେୟା ଆଦାୟ ହୋଇଥିଲା, 6 ଗୋଟି ବୈବାହିକ ମାମଲା, 50 ଗୋଟି ଦେବାନୀ ମାମଲାର ଫଇସଲା କରାଯାଇ 72,50,000, ଧାର୍ଯ୍ୟ କରାଗଲା, ଏହାସହିତ 36 ଗୋଟି N.I. Act ମାମଲା ର ଫଇସଲା କରାଯାଇ 78,12,767/- ଟଙ୍କା ଧାର୍ଯ୍ୟ ହେଇଥିଲା, ସେହିପରି 266 ଗୋଟି ଅନ୍ୟାନ୍ୟ ଫଉଜଦାରି ମାମଲାର ଫଇସଲା କରାଯାଇ ଥିଲା, 1,00,000,ଧାର୍ଯ୍ୟ କରାଗଲା। ତତ ସଙ୍ଗେ ସଙ୍ଗେ କୋରାପୁଟ ଓ ଜୟପୁର ଉପ-ଜିଲ୍ଲାପାଳ ଓ ଜିଲ୍ଲାର ସମସ୍ତ ତହସିଲଦାର ମାନଙ୍କ ଦ୍ଵାରା ମୋଟ 5327 ରାଜସ୍ୱ ବିବାଦର ଫଇସଲା କରାଯାଇ 3,08,664/- ଟଙ୍କା ଅଦାୟ କରଯାଇଥିଲା। ସର୍ବମୋଟ ବିଚାରଦିନ ବିବାଦୀୟ ମାମଲା 5753 ବିଚାର କରାଯାଇ 4,63,59,292 ଟଙ୍କା ଧାର୍ଯ୍ୟ କରାଗଲା। ଏତତ ବ୍ୟତୀତ ପ୍ରାକ ମୋକଦମା ସ୍ତରରେ ବିଭିନ୍ନ ବ୍ୟଙ୍କ ଦ୍ଵାରା ବ୍ୟଙ୍କ ରୁଣ ମାମଲା, ଆ.ର୍.ଟିଓ, ଟାଟା ପାୱାର, ବି.ଏସ.ଏନ.ଏଲ, ପାରିବାରିକ ମାମଲା, ଜମିଜମା ମାମଲା ଇତ୍ୟାଦି 2217 ରୁ 669 ଟି ମାମଲା ଫଇସଲା କରାଯାଇ 2,06,90,759/- ଟଙ୍କା ଧାର୍ଯ୍ୟ କରାଗଲା। । କୋରାପୁଟ ଜିଲ୍ଲା ବାର ଆସସେସନର ଆଇନଜୀବି ମାନେ ଏଥିରେ ସମ୍ପୂର୍ଣ୍ଣ ଭାବରେ ସହଯୋଗ କରିଥିଲେ ଏବଂ ମାମଲା ସମାଧାନ କରିବାରେ ଭୁମିକା ଗ୍ରହଣ କରିଥିବା ଆଇନଜୀବି ଦାଶରଥି ପଟ୍ଟନାୟକ, ତ୍ରିନାଥ ସିଂ ଲାଲ୍, ଗୀରିଧର ଖୋରା, ସୁନିଲ କୁମାର ମହାନ୍ତି, ଶଶାନନ୍ଦ ମିଶ୍ର, ଏସ.ଏମ.ଏମ. ଦିନବନ୍ଧୁ, ଜ୍ୟେ।ତିରଞ୍ଜନ ପୁରାଜୀ, ବିନୟ ବିଶ୍ବାସ୍, ସୁରେଶ କୁମାର ହୁଡୁପୁ, ଯୁଗୋଳ କିଶୋର ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande