ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା : କଟକ ଜିଲ୍ଲାର ଆଠଗଡ଼ରେ ସର୍ବାଧିକ ୫୬.୦ ମି.ମି. ବର୍ଷା ରେକର୍ଡ଼
ଭୁବନେଶ୍ୱର, ୧୪ ସେପ୍ଟେମ୍ବର (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । କଟକ ଜିଲ୍ଲାର ଆଠଗଡ଼ରେ ସର୍ବାଧିକ ୫୬.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ସେହିପରି ନୟାଗଡ଼ ଜିଲ୍ଲାର ରଣପୁରରେ ୫୫.୮ ମି.ମି., ମୟୂରଭଞ୍ଜ ଜିଲ୍ଲାର ଶୁଳିଆପଦାରେ ୪୪.୦ ମି.ମ
ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା : କଟକ ଜିଲ୍ଲାର ଆଠଗଡ଼ରେ ସର୍ବାଧିକ ୫୬.୦ ମି.ମି. ବର୍ଷା ରେକର୍ଡ଼


ଭୁବନେଶ୍ୱର, ୧୪ ସେପ୍ଟେମ୍ବର (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । କଟକ ଜିଲ୍ଲାର ଆଠଗଡ଼ରେ ସର୍ବାଧିକ ୫୬.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି ।

ସେହିପରି ନୟାଗଡ଼ ଜିଲ୍ଲାର ରଣପୁରରେ ୫୫.୮ ମି.ମି., ମୟୂରଭଞ୍ଜ ଜିଲ୍ଲାର ଶୁଳିଆପଦାରେ ୪୪.୦ ମି.ମି., ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗିରେ ୪୦.୦ ମି.ମି., ଭଦ୍ରକ ଜିଲ୍ଲାର ଆଖୁଆପଦାରେ ୩୮.୮ ମି.ମି., ବାଲେଶ୍ୱର ଜିଲ୍ଲାର ନିଳଗିରିରେ ୩୬.୦ ମି.ମି., ଖୋର୍ଦ୍ଧା ଜିଲ୍ଲାର ଚିଲିକାରେ ୩୩.୦ ମି.ମି., ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ାରେ ୩୧.୬ ମି.ମି., କେନ୍ଦୁଝର ଜିଲ୍ଲାର ଘସିପୁରାରେ ୨୯.୧ ମି.ମି., ଯାଜପୁର ଜିଲ୍ଲାର ଜେନାପୁରରେ ୨୮.୮ ମି.ମି., କୋରେଇରେ ୨୮.୨ ମି.ମି., କଟକ ଜିଲ୍ଲାର ମୁଣ୍ଡୁଳିରେ ୨୮.୦ ମି.ମି. ଏବଂ ମାଲକାନଗିରି ଜିଲ୍ଲାର ମାଲକାନଗିରିରେ ୨୭.୬ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ରବିବାର ଜାରି ହୋଇଥିବା ଏକ ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande