ଭୁବନେଶ୍ୱର, 14 ସେପ୍ଟେମ୍ବର (ହି.ସ.)
- ସାର ସମସ୍ୟାକୁ
ନେଇ ରାଜଭବନ ଆଗରେ ଆନ୍ଦୋଳନ କରିବ ବିଜେଡି । ଏ ନେଇ ରାଜ୍ୟପାଳଙ୍କୁ ଭେଟି ଏକ ଦାବି ପତ୍ର
ଦିଆଯିବ । ଏ ନେଇ ସୂଚନା ଦେଇଛନ୍ତି ବିଜେଡି ବିଧାୟକ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ପ୍ରସନ୍ନ କହିଛନ୍ତି ମନ୍ତ୍ରୀ ରାଜଧାନୀରେ କେବଳ
ପ୍ରତିକ୍ରିୟା ନ ଦେଇ ଗ୍ରାଉଣ୍ଡକୁ ଯାଆନ୍ତୁ । ସାର ମିଳୁନି ବୋଲି କହୁଥିବା ଚାଷୀଙ୍କୁ ରାଜନୀତି
କରୁଛି କହି ସେମାନଙ୍କ କଟା ଘା’ରେ ଚୂନ ମାରୁଛନ୍ତି ସରକାର । ପେକ୍ସରେ ସାର ନାହିଁ କିନ୍ତୁ
ବଜାରରେ ଚଢା ଦରରେ ସାର ମିଳୁଛି । ଏଥିରୁ ସ୍ପଷ୍ଟ
ସରକାର ସାର ବିକ୍ରି ନିୟନ୍ତ୍ରଣରେ ବିଫଳ । ଆଗକୁ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଯିବ ବୋଲି
କହିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା