ଭୁବନେଶ୍ୱର, 14 ସେପ୍ଟେମ୍ବର (ହି.ସ.)
- କଂଗ୍ରେସର
ସାଂଗଠନିକ ସମ୍ପାଦକ ଭେନୁ ଗୋପାଳ ନେବେ ବଡ ବୈଠକ। କଂଗ୍ରେସ ଭବନରେ ରାଜନୈତିକ ବ୍ୟାପାର କମିଟିର
ବୈଠକ ନେବେ କେ.ସି ଭେନୁ ଗୋପାଳ। ଏହା ସହ ସବୁ ବିଧାୟକଙ୍କ ସହ ମଧ୍ୟ ଆଲୋଚନା କରିବେ ଭେନୁଗୋପାଳ
। ଆଗକୁ ଯେହେତୁ ନୂଆପଡ଼ା ଉପ ନିର୍ବାଚନ ଅଛି ରାଜନୈତିକ ବ୍ୟାପାର କମିଟି ବୈଠକରେ ଆଲୋଚନା ହେବ।
ସଂଗଠନ ସୃଜନରେ ଜିଲ୍ଲା ସଭାପତି ଚୟନ ନେଇ ନେତାଙ୍କ ସହିତ ଆଲୋଚନା କରିବେ ଭେନୁ ଗୋପାଳ। ସରକାର ବିରୋଧରେ କଂଗ୍ରେସର ରଣନୀତି, ପଞ୍ଚାୟତ ନିର୍ବାଚନ ପାଇଁ ଦଳର ପ୍ରସ୍ତୁତି ନେଇ ଵି ରାଜନୈତିକ ବ୍ୟାପାର କମିଟି ସହ ଆଲୋଚନା ହେବ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା