ପଦକ ବିଜେତାଙ୍କୁ ସମ୍ବର୍ଦ୍ଧନା
ବଲାଙ୍ଗୀର, ୧୬ ସେପ୍ଟେମ୍ବର(ହି.ସ.) – ସ୍ଥାନୀୟ ପି.ଆର.ହାଇସ୍କୁଲ ବେଡମିଂଟନ ଇଣ୍ଡୋର ଷ୍ଟାଡିୟମ ରେ ଆଜି ମୁଖ୍ୟ ଅତିଥି ଭାବରେ ଏଡିଓ ସେବଶ୍ରୀ ଭୋଇ, ଡିଇଓ ପ୍ରଦୀପ କୁମାର ନାଗ, ଏଇପିଇ ପ୍ରଦୀପ ସାହୁ ଏବଂ ଜିଲ୍ଲା ବ୍ୟାଡମିଂଟନ ସମ୍ପାଦକ ସୁରୁଲାଲ ମଟାରି ଉପସ୍ଥିତ ଥିଲେ। ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ସ
ପଦକ ବିଜେତାଙ୍କୁ ସମ୍ବର୍ଦ୍ଧନା


ବଲାଙ୍ଗୀର, ୧୬ ସେପ୍ଟେମ୍ବର(ହି.ସ.) – ସ୍ଥାନୀୟ ପି.ଆର.ହାଇସ୍କୁଲ ବେଡମିଂଟନ ଇଣ୍ଡୋର ଷ୍ଟାଡିୟମ ରେ ଆଜି ମୁଖ୍ୟ ଅତିଥି ଭାବରେ ଏଡିଓ ସେବଶ୍ରୀ ଭୋଇ, ଡିଇଓ ପ୍ରଦୀପ କୁମାର ନାଗ, ଏଇପିଇ ପ୍ରଦୀପ ସାହୁ ଏବଂ ଜିଲ୍ଲା ବ୍ୟାଡମିଂଟନ ସମ୍ପାଦକ ସୁରୁଲାଲ ମଟାରି ଉପସ୍ଥିତ ଥିଲେ। ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ପାଇଥିବା ଦିୟା ସାଗର, ମୋହିତ ରୋହିଦାସ, ୟଶରାଜ ପଧାନ ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ସୂଚନାଯୋଗ୍ୟ ଯେ ଏହି ତିନି ଉଷୁ ଖେଳାଳି ଆସନ୍ତା ମାସରେ ଜାମ୍ମୁରେ ହେବାକୁ ଥିବା ଜାତୀୟ ସ୍କୁଲ ଉଷୁ ପ୍ରତିଯୋଗିତା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ବୋଲି ଉଷୁ କୋଚ ଯୁଧିଷ୍ଠିର ଗୁରହାଣ୍ଡି ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande