କନ୍ଧମାଳ, ୧୬ ସେପ୍ଟେମ୍ବର (ହି.ସ.)- କନ୍ଧମାଳ ଜିଲ୍ଲାର ସବୁଠାରୁ ବଡ ଏବଂ ଜଣାଶୁଣା କଳିଙ୍ଗା ଘାଟିର ମଝି ରାସ୍ତାରେ ପାହାଡ ଧସି ଯାଇଛି। ଯାହା ଫଳରେ ଫୁଲବାଣୀ-ଭଞ୍ଜନଗର ଓ ବ୍ରହ୍ମପୁର ରାସ୍ତାକୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ଲଗାଣ ବର୍ଷା ଯୋଗୁଁ ଆଜି ପାହାଡରୁ ମାଟି ଓ ପଥର ଧସି ଏହିଭଳି ଘଟିଛି। ଅତଡା ଖସିବା ଏତେ ଜୋର ପ୍ରଭାବ ପକାଇଛି ଯେ ରାସ୍ତା କଡରେ ଥିବା ପୋଲ ଓ କଲଭର୍ଟ ମଧ୍ୟ ଭାଙ୍ଗି ଯାଇଛି। ଫଳରେ ରାସ୍ତା ମଝିରେ ପାହାଡରୁ ଖସିଥିବା ମାଟି ଓ ପଥର ସବୁ ପଡି ରହି ରାସ୍ତା ଉପରେ ଏକ ବିରାଟ ପାହାଡ ଭଳି ଗଦା ହୋଇଛି। ଏହା ଫଳରେ ସେହି ରାସ୍ତାରେ ଜଣେ ଚାଲି ଚାଲି ଯିବା ମଧ୍ୟ ଅସମ୍ଭବ ହୋଇଛି। ଖବର ପାଇ ଜିଲ୍ଲା ପ୍ରସାଶନ ପକ୍ଷରୁ ରାସ୍ତାକୁ ସଫା କରିବା ସହ ଯାତାୟତ କିପରି ପୁଣି ଆରମ୍ଭ ହେବ ସେହି ଦିଗରେ ପଦକ୍ଷେପ ନିଆଯାଉଛି।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ