ଟ୍ରକ ଦୁର୍ଘଟଣା ମାମଲାରେ ମାର ମୃତ୍ୟୁପରେ ଗୁରୁତର ଆହତ ଦୋକାନୀ ପୁଅର ମୃତ୍ୟୁ
ଜୟପୁର,୧୬ ସେପ୍େଟମ୍ବର (ହି.ସ.) - ଜୟପୁର ସଦରଥାନା ବାରିଣିପୁଟ ପୁଲିସ ଫାଣ୍ଡି ସମ୍ମୁଖରେ ୨୬ ନମ୍ବର ଜାତୀୟ ରାଜପଥ ବୁଲାଣି ନିକଟରେ ଟ୍ରକ ଦୋକାନ ଭିତରେ ଧସେଇ ପଶିବା ଘଟଣାରେ ଦୋକାନ ଗୃହ ଭିତରେ ରହିଥିବା ଜଣେ ମହିଳା ଲକ୍ଷ୍ମୀ(୬୫) ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପୁଅ ରବି ସ୍ୱାଇଁ (୩୫) ଗୁରୁତର ଭାବେ
ଟ୍ରକ ଦୁର୍ଘଟଣା ମାମଲାରେ ମାର ମୃତ୍ୟୁପରେ ଗୁରୁତର ଆହତ ଦୋକାନୀ ପୁଅର ମୃତ୍ୟୁ


ଜୟପୁର,୧୬ ସେପ୍େଟମ୍ବର (ହି.ସ.) - ଜୟପୁର ସଦରଥାନା ବାରିଣିପୁଟ ପୁଲିସ ଫାଣ୍ଡି ସମ୍ମୁଖରେ ୨୬ ନମ୍ବର ଜାତୀୟ ରାଜପଥ ବୁଲାଣି ନିକଟରେ ଟ୍ରକ ଦୋକାନ ଭିତରେ ଧସେଇ ପଶିବା ଘଟଣାରେ ଦୋକାନ ଗୃହ ଭିତରେ ରହିଥିବା ଜଣେ ମହିଳା ଲକ୍ଷ୍ମୀ(୬୫) ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପୁଅ ରବି ସ୍ୱାଇଁ (୩୫) ଗୁରୁତର ଭାବେ ଆହତ ହୋଇ ବିଶାଖପାଟଣାରେ ଚିକିତ୍ସିତ ହେଉଥିଲେ । କିନ୍ତୁ ତାଙ୍କ ସ୍ୱାସ୍ଥ୍ୟରେ କୌଣସି ସୁଧାନର ନ ଆସିବାରୁ ବିଶାଖାପଟଣା ଚିକିତ୍ସାଳୟ ଫରାଇ ଦେଇଥିଲେ । ଆଜି ଆମ୍ବୁଲେନ୍ସ ଯୋଗେ ଜୟପୁର ଅଣାଯାଉଥିବା ବେଳେ ରାସ୍ତାରେ ମୃତ୍ୟୁ ହୋଇଥିଲା । କିନ୍ତୁ ଜୟପୁରସ୍ଥିତ ଜିଲ୍ଲା ଚିକିତ୍ସାଳୟରେ ଡାକ୍ତର ତାଙ୍କର ମୃତ୍ୟୁ ଘୋଷଣା କରିଛନ୍ତି । ଶବ ବ୍ୟବଚ୍ଛେଦ ପରେ ସଦରଥାନା ପୁଲିସ ମୃତକଙ୍କ ଶବକୁ ପରିବାର ଲୋକଙ୍କୁ ପ୍ରଦାନ କରାଯାଇଛି ଏବଂ ତାଙ୍କର ଅନ୍ତେଷ୍ଟିକ୍ରୀୟା ଆଜି ସମ୍ପନ୍ନ ହୋଇଛି । ଏହି ମାମଲାରେ ଟ୍ରକ ଚାଳନା କରୁଥିବା ହେଲପର ରାମ ଖିଲ ଏବଂ ପାର୍ଶ୍ୱରେ ବସିଥିବା ଡ୍ରାଇଭର ଧନୀ ଟାକ୍ରୀଙ୍କୁ ଗତକାଲି ପୁଲିସ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିଲେ । ପ୍ରକାଶ ଯେ, ଗତ ରବିବାର ଅପରାହ୍ନରେ ଜୟପୁରରୁ ଏକ ମାଲବାହୀ ଟ୍ରକ କୋରାପୁଟ ପଟକୁ ଯାଉଥିବା ବେଳେ ଚାଳକ ନିୟନ୍ତ୍ରଣ ହରାଇବା ଯୋଗୁଁ ବାରିଣିପୁଟ ଠାରେ ୩ଟି ଦୋକାନ ଭିତରେ ଟ୍ରକ ଧସେଇ ପଶିଥିଲା । ଏଥିରେ ୩ଟି ଦୋକାନ ନଷ୍ଟ ହୋଇଥିବା ବେଳେ ମହିଳାଙ୍କ ଟ୍ରକ ଚକାତଳେ ଚାପି ହୋଇ ମୃତ୍ୟୁ ହୋଇଥିଲା ଏବଂ ପୁଅଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ସ୍ଥାନୀୟ ଏକ ଘରୋଇ ଚିକିତ୍ସାଳୟ ଏବଂ ଗୁରୁତର ଅବସ୍ଥାରେ ବିଶାଖପାଟଣାକୁ ସ୍ଥାନାନ୍ତରିତ କରାଯାଇଛି । ଏହିପରି ସ୍ଥାନୀୟ ବାସିନ୍ଦା ଚାଳକ ହେଲପରକୁ ଧରି ମାଡମାରୁଥିବା ବେଳେ ଡ୍ରାଇଭର ଫେରାର ହୋଇଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande