ଚାରାଇଦେଓ (ଆସାମ), ୧୬ ସେପ୍ଟେମ୍ବର (ହି.ସ.)- ଆସାମର ଚରାଇଦେଓ ଜିଲ୍ଲାରେ ଅବସ୍ଥିତ ସୋନାରୀରେ ୟୁନାଇଟେଡ୍ ଲିବରେସନ୍ ଫ୍ରଂଟ ଅଫ୍ ଆସାମ (ଉଲଫା) ସ୍ୱାଧିନ (ସ୍ୱା) ର ଦୁଇ ଜଣ ସକ୍ରିୟ କାର୍ଯ୍ୟକର୍ତା (କ୍ୟାଡର୍ସ) ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ।
ଚରାଇଦେବ ଜିଲ୍ଲା ମୁଖ୍ୟାଳୟର ସୋନାରୀ ସହରରେ ଉଭୟ ଉଲଫା (ସ୍ୱା) କ୍ୟାଡର ସୋନାରୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଉଭୟଙ୍କୁ ସୁଭାନ୍ତ ଦୁବରା ଓରଫ ଚୁନ୍ମୟ ଆସାମ ଏବଂ ସଦିୟାର ଦନ୍ତେଶ୍ୱର ବୁଢାଗୋହାଇନ ଓରଫ ଅନୁପମ ଆସାମ ଭାବରେ ଚିହ୍ନଟ କରାଯାଇଛି ।
ବର୍ତମାନ, ଚରାଇଦେଓ ଜିଲ୍ଲା ପୋଲିସ ଉଭୟ ଉଲଫା (ସ୍ୱା) କ୍ୟାଡରଙ୍କୁ ପଚରାଉଚରା କରୁଛି । ପୋଲିସ ସୂତ୍ର ଅନୁସାରେ, ଅନ୍ୟ ସୂଚନା ଖୁବ୍ ଶୀଘ୍ର ସାର୍ବଜନୀନ କରାଯିବ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ