ଜର୍ଜ ତିର୍କୀଙ୍କ ବିୟୋଗରେ ବିଧାନସଭାରେ ଶୋକ ପ୍ରସ୍ତାବ ପାରିତ
ଭୁବନେଶ୍ୱର,20 ସେପ୍ଟେମ୍ବର (ହି.ସ.) - ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ବିୟୋଗରେ ଆଜି ବିଧାନସଭା -ରେ ଶୋକ ପ୍ରସ୍ତାବ ପାରିତ ହୋଇଛି। ଆଜି ନିର୍ଦ୍ଧାରିତ ସମୟର ଗୃହ କାର୍ଯ୍ୟ ଆରମ୍ଭ ହେବ ମାତ୍ରେ ବାଚସ୍ପତି ସୁରମା ପାଢ଼ୀ ଶୋକ ପାଇଁ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ
ଜର୍ଜ ତିର୍କୀଙ୍କ ବିୟୋଗରେ     ବିଧାନସଭାରେ ଶୋକ ପ୍ରସ୍ତାବ ପାରିତ


ଭୁବନେଶ୍ୱର,20 ସେପ୍ଟେମ୍ବର (ହି.ସ.) - ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ବିୟୋଗରେ ଆଜି ବିଧାନସଭା -ରେ ଶୋକ

ପ୍ରସ୍ତାବ ପାରିତ ହୋଇଛି।

ଆଜି ନିର୍ଦ୍ଧାରିତ ସମୟର ଗୃହ

କାର୍ଯ୍ୟ ଆରମ୍ଭ ହେବ ମାତ୍ରେ ବାଚସ୍ପତି ସୁରମା ପାଢ଼ୀ ଶୋକ ପାଇଁ ଗୃହର ନେତା ତଥା

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଡାକି ଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କ

ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରିଥିଲେ। ସେ କହିଥିଲେ ଯେ ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀରୁ

ଚାରି ଥର ବିଧାୟକ ଥିଲେ। ତାଙ୍କ ସହ ମୋତେ କାମ କରିବାର ସୁଯୋଗ ମିଳିଥିଲା। ଏହା ପରେ ବିରୋଧୀ

ଦଳର ଉପ ନେତା ପ୍ରସନ୍ନ ଆଚାର୍ଯ୍ୟ ଓ କଂଗ୍ରେସ ବିଧାୟକ ଦଳ ନେତା ରାମ ଚନ୍ଦ୍ର କାଡାମ୍ ଓ ସିପିଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡା ମଧ୍ୟ

ଏହି ଶୋକ ପ୍ରସ୍ତାବକୁ ସମର୍ଥନ ଜଣାଇଥିଲେ। ଏହା ପରେ ବାଚସ୍ପତି ଦିବଂଗତ ତିର୍କୀଙ୍କ ଜୀବନ ବିଷୟରେ

ଆଲୋକପାତ କରିଥିଲେ। ଏହା ପରେ ଗୃହରେ ଦିବଂଗତ ଆତ୍ମାର

ସଦଗତି କାମନା କରିବା ପାଇଁ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଶୋକ ସନ୍ତପ୍ତ

ପରିବାରକୁ ଗୃହର ଶୋକ ବିଷୟରେ ଜଣାଇ ଦିଆଯିବ ବୋଲି ବାଚସ୍ପତି କହିଥିଲେ ଓ ଶୋକ ପ୍ରସ୍ତାବ ପାରିତ

ହୋଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande