ଭୁବନେଶ୍ୱର, 21 ସେପ୍ଟେମ୍ବର (ହି.ସ.)- ଆମେ ଚାହୁଁଛୁ
ବିଧାନସଭା ରେ ଆଲୋଚନା ହେଉ। କିନ୍ତୁ ବିଜେପି ଓ ବିଜେଡ଼ି ସଲାସୁତୁରା କରି ବିଧାନସଭାକୁ ବନ୍ଦ
କରୁଛନ୍ତି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ଗୃହ ଚାଲିଲେ
ଅନାସ୍ଥା ପ୍ରସ୍ତାବ ନେଇ ଆଲୋଚନା ହେବ। ଏହାକୁ ଏଡାଇବା ପାଇଁ ଦୁଇ ଦଳ ବିଧାନସଭାକୁ ବନ୍ଦ
କରୁଛନ୍ତି। ଉଭୟ ଦଳ ଗାତରେ ପଡ଼ିଛନ୍ତି।
ବାଚସ୍ପତି ବି ସର୍ବଦଳୀୟ ବୈଠକ ନ ଡାକି ଗୃହ ମୁଲତବୀ କରୁଛନ୍ତି ବୋଲି ତାରା ବାହିନୀପତି
କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା