ଭୁବନେଶ୍ୱର, 21 ସେପ୍ଟେମ୍ବର (ହି.ସ.)- ବିଧାନସଭା
ଅଚଳାବସ୍ଥା ଉପରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ
କହିଛନ୍ତି ଯେ, ଆମେ ଚାହୁଁ ବିଧାନସଭା ଚାଲୁ। ରାଜ୍ୟର ସମସ୍ୟା ଆଲୋଚନା ହେଉ। ହେଲେ ସେ ଅବକାଶ
ରାଜ୍ୟ ସରକାର ଯୋଗାଇ ଦେଉନାହାନ୍ତି। ସରକାରଙ୍କ ମାନସିକତା ବୁଝି ହେଉନାହିଁ। ରାଜ୍ୟରେ ସାର
ସମସ୍ୟା ରହିଛି, ନାରୀ
ନିର୍ଯ୍ୟାତନା ବଢିଛି, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ଏମିତି ଅନେକ ସମସ୍ୟା ରହିଛି। ଏହା ଆଲୋଚନା ହେଉ। ଆମେ ସବୁ ବିଷୟ
ଦୀର୍ଘ ସମୟ ଆଲୋଚନା ହେଉ ବୋଲି ଚାହୁଁ। ସରକାରଙ୍କ ଦାୟିତ୍ବ ବିଧାନସଭା ଚଲାଇବା।
ରାଜ୍ୟପାଳଙ୍କୁ ଆମେ ସାର ସମସ୍ୟାର ସମାଧାନ ପାଇଁ ନିବେଦନ କରୁଛୁ। ସାମ୍ବିଧାନିକ କ୍ଷମତା ଆପଣ ପ୍ରୟୋଗ କରି ସମସ୍ୟାର
ସମାଧାନ ପାଇଁ କହିଛୁ। ବ୍ୟପାକ ସମସ୍ୟାକୁ ସରକାର ଚୁମ୍ବକରେ ଆଲୋଚନା ପାଇଁ ଚେଷ୍ଟା କରୁଛନ୍ତି।
ସରକାର ନିଜର ବିଫଳତାକୁ ଲୁଚେଇବା ପାଇଁ ଚେଷ୍ଟା କରୁଛନ୍ତି। ଆମେ ବିଜେପି କି କଂଗ୍ରେସ
କାହା ସହ ମିଶିକି ନାହୁ। ଆମେ ରାଜ୍ୟର ଲୋକଙ୍କ ସହ ମିଶିକି ଅଛୁ ବୋଲି
ପ୍ରସନ୍ନ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା