ଭୁବନେଶ୍ୱର, 21 ସେପ୍ଟେମ୍ବର (ହି.ସ.)- ଶିକ୍ଷାନୁଷ୍ଠାନ
ଓ ମନ୍ଦିରର ପାଖରେ ମଦ ଦୋକାନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ
ଆଚାର୍ଯ୍ୟ । ସେ କହିଛନ୍ତି ଯେ, ଏ ସରକାର କୁହନ୍ତି ଯେଡ଼େ, ନୁହଁନ୍ତି ସେଡେ। ସରକାରଙ୍କ ଅବକାରୀ ନୀତି ଏହାର ଉଦାହରଣ। ସରକାର
ସବୁ କଥାରେ ପୂର୍ବ ସରକାର କଥା କହୁଛନ୍ତି। ଯଦି ପୂର୍ବ ସରକାର ଭୁଲ କରିଛନ୍ତି, ଆପଣ ସଂଶୋଧନ କରନ୍ତୁ। ଆପଣ ଅଧିକ ଭୁଲ କରୁଛନ୍ତି। ଏହା ସରକାର
ବିଫଳତା ପରିଚାୟକ ବୋଲି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା