ମଦ ମୁକ୍ତ ଓଡ଼ିଶା କରିବା ଦିଗରେ ପଦକ୍ଷେପ ନିଅନ୍ତୁ ସରକାର- କଂଗ୍ରେସ
ଭୁବନେଶ୍ୱର, 21 ସେପ୍ଟେମ୍ବର (ହି.ସ.)- ବିଜେଡି ସରକାରରେ ଥିବା ସମୟରେ ସ୍କୁଲ ପାଖରେ ଅର୍ଥାତ ୫୦୦ ମିଟର ଭିତରେ ଦୁଇ ଶହ ମିଟର ୧୦୦ ମିଟର ଭିତରେ ମଦ ଦୋକାନ ଖୋଲା ଯାଇଥିଲା। ବିଧାନସଭାରେ ଏହା ଉପରେ ଆଲୋଚନା ମଧ୍ୟ ହୋଇଥିଲା। ବିଜେପି ସରକାର ଆସିବା ପରେ ଏ ଦିଗରେ କୌଣସି
ମଦ ମୁକ୍ତ ଓଡ଼ିଶା କରିବା     ଦିଗରେ ପଦକ୍ଷେପ ନିଅନ୍ତୁ ସରକାର- କଂଗ୍ରେସ


ଭୁବନେଶ୍ୱର, 21 ସେପ୍ଟେମ୍ବର (ହି.ସ.)- ବିଜେଡି

ସରକାରରେ ଥିବା ସମୟରେ ସ୍କୁଲ ପାଖରେ ଅର୍ଥାତ ୫୦୦ ମିଟର ଭିତରେ ଦୁଇ ଶହ ମିଟର ୧୦୦ ମିଟର ଭିତରେ

ମଦ ଦୋକାନ ଖୋଲା ଯାଇଥିଲା। ବିଧାନସଭାରେ ଏହା ଉପରେ ଆଲୋଚନା ମଧ୍ୟ ହୋଇଥିଲା। ବିଜେପି ସରକାର

ଆସିବା ପରେ ଏ ଦିଗରେ କୌଣସି ପଦକ୍ଷେପ ନେଲେ ନାହିଁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରା

ପ୍ରସାଦ ବାହିନୀପତି। ବର୍ତ୍ତମାନ ବନ୍ଦ ଥିବା ୭୦ ମଦ ଦୋକାନ ଖୋଲିବା ନେଇ ନିଷ୍ପତ୍ତି

ନେଇଛନ୍ତି। ସରକାରଙ୍କୁ ନିବେଦନ ସେ ମଦ ଦୋକାନ ଗୁଡ଼ିକ ଖୋଲନ୍ତୁ ନାହିଁ। ଅର୍ଥ ପାଇଁ ଗାଁ ଗାଁ

ସାହି ସାହିରେ ମଦ ଦୋକାନ ଖୋଲନ୍ତୁ ନାହିଁ। ମଦ ମୁକ୍ତ ଓଡ଼ିଶା କରିବା ଦିଗରେ ପଦକ୍ଷେପ ନେଲେ ଭଲ

ହେବ। କଂଗ୍ରେସ ପୂର୍ବ ସରକାର ସମୟରେ ପ୍ରାଇଭେଟ ବିଲ ଦେଇଥିଲେ। ପୂର୍ବ ସରକାର ଏ ଦିଗରେ କୌଣସି

ପଦକ୍ଷେପ ନେଇ ନ ଥିଲେ। ମୁଖ୍ୟମନ୍ତ୍ରୀ ଏବଂ ଅବକାରୀ ମନ୍ତ୍ରୀଙ୍କୁ ନିବେଦନ ଏ ଦିଗରେ ପଦକ୍ଷେପ

ନିଅନ୍ତୁ। ସରକାର ରାଜସ୍ବ ଲୋଭରେ ପଡ଼ି ଲୋକଙ୍କୁ ହଇରାଣ ହରକତ କରୁଛନ୍ତି ବୋଲି ତାରା

କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande