ଦିଲ୍ଲୀ- କୁଟ୍ଟୁର ଅଟା ଖାଇ ଲୋକେ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି ହେଲେ 2ଶହ ଲୋକେ, ସମସ୍ତଙ୍କ ଅବସ୍ଥା ସ୍ଥିର
ନୂଆଦିଲ୍ଲୀ, 23 ସେପ୍ଟେମ୍ବର (ହି.ସ.)- ଉତ୍ତର ପଶ୍ଚିମ ଜିଲ୍ଲାର ଜାହାଙ୍ଗିରପୁରୀ ଓ ଏହାର ଆଖପାଖରେ ଥିବା ଅଞ୍ଚଳଗୁଡ଼ିକରେ ମଙ୍ଗଳବାର ସକାଳେ ଆତଙ୍କ ଖେଳିଯାଇଛି । ବହୁ ସଂଖ୍ୟାରେ ଲୋକେ କୁଟ୍ଟୁ ଅଟା ଖାଇବା ପରେ ଅସୁସ୍ଥ ହେଇପଡ଼ିଛନ୍ତି । ସକାଳ ପ୍ରାୟ 6ଟା ସମୟରେ ପୋଲିସ
ଦିଲ୍ଲୀ- କୁଟ୍ଟୁର ଅଟା     ଖାଇ ଲୋକେ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି ହେଲେ 2ଶହ ଲୋକେ, ସମସ୍ତଙ୍କ ଅବସ୍ଥା ସ୍ଥିର


ନୂଆଦିଲ୍ଲୀ, 23 ସେପ୍ଟେମ୍ବର (ହି.ସ.)- ଉତ୍ତର

ପଶ୍ଚିମ ଜିଲ୍ଲାର ଜାହାଙ୍ଗିରପୁରୀ ଓ ଏହାର ଆଖପାଖରେ ଥିବା ଅଞ୍ଚଳଗୁଡ଼ିକରେ ମଙ୍ଗଳବାର ସକାଳେ ଆତଙ୍କ

ଖେଳିଯାଇଛି । ବହୁ ସଂଖ୍ୟାରେ ଲୋକେ କୁଟ୍ଟୁ ଅଟା ଖାଇବା ପରେ ଅସୁସ୍ଥ ହେଇପଡ଼ିଛନ୍ତି । ସକାଳ

ପ୍ରାୟ 6ଟା ସମୟରେ ପୋଲିସକୁ ସୂଚନା ମିଳିଥିଲା ଯେ ଅନେକ ଲୋକଙ୍କର ବାନ୍ତି ହେବା ସହ ଅସହଜତା

ଅନୁଭବ କରୁଛନ୍ତି।

ସୂଚନା ମିଳିବା ପରେ ପୋଲିସ

ନିକଟସ୍ଥ ହସ୍ପିଟାଲରେ ପହଞ୍ଚିଥିଲା, ଯେଉଁଠାରେ ଜଣାପଡ଼ିଲା ଯେ ପ୍ରାୟ 150 ରୁ 200 ଲୋକ ଏମରଜେନ୍ସି ୱାର୍ଡକୁ

ଆସିଛନ୍ତି।ସିଏମଓ ଡ. ବିଶେଷ ଯାଦବ କହିଛନ୍ତି ଯେ ରୋଗୀମାନେ ଜାହାଙ୍ଗିରପୁରୀ, ମହେନ୍ଦ୍ର ପାର୍କ, ସମୟପୁର, ଭଲସ୍ୱା ଡେୟରୀ, ଲାଲ ବାଘ ଓ ସ୍ୱରୂପ ନଗର ପରି ଅଞ୍ଚଳରୁ ଆସିଛନ୍ତି। ସମସ୍ତ ରୋଗୀଙ୍କର

ଅବସ୍ଥା ସ୍ଥିର ରହିଛି ଓ କାହାକୁ ଭର୍ତ୍ତି କରିବାର ଆବଶ୍ୟକତା ପଡ଼ିନାହିଁ। କୌଣସି ଗୁରୁତର

ମାମଲା ସାମ୍ନାକୁ ଆସିନାହିଁ।

ଏଠାରେ, ଘଟଣାର ଗୁରୁତ୍ୱକୁ ଦେଖି ବିଟ୍ ଷ୍ଟାଫ୍ ଓ ସାଧାରଣ ଲୋକମାନଙ୍କ

ମାଧ୍ୟମରେ ସ୍ଥାନୀୟ ଦୋକାନୀ, ଠେଲାଚାଳକ ଓ ଅଞ୍ଚଳବାସୀଙ୍କୁ ସତର୍କ କରାଯାଉଛି। ଖାଦ୍ୟ ବିଭାଗକୁ ମଧ୍ୟ ସମ୍ପୂର୍ଣ୍ଣ ଘଟଣା

ବିଷୟରେ ସୂଚିତ କରି ତଦନ୍ତ କରିବାକୁ କୁହାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande