ଉପରମୁଣ୍ଡରେ ବର୍ଷା ବଢିବା ଫଳରେ ହୀରାକୁଦରେ ଖୋଲିବ ଆଉ ୪ ଟି ଗେଟ୍ -ଜଳ ସମ୍ପଦ ମୁଖ୍ୟ ଯନ୍ତ୍ରୀ
ଭୁବନେଶ୍ୱର, 25 ସେପ୍ଟେମ୍ବର (ହି.ସ.) ଉପରମୁଣ୍ଡରେ ବର୍ଷା ବଢିବା ଫଳରେ ହୀରାକୁଦରେ ଖୋଲିବ ଆଉ ୪ ଟି ଗେଟ୍ । ମୋଟ ୨୦ ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେବ । ୩ ଲକ୍ଷ ୬୦ ହଜାର କ୍ୟୁସେକ ଜଳ ନିଷ୍କାସିତ ହେବ । ତଳେ ବିଶେଷ ବର୍ଷା ନଥିବାରୁ ସ୍ଥିତି ନିୟନ୍ତ୍ରଣରେ ରହିଛି । ଜଳ ସମ୍ପଦ ମୁଖ୍ୟ ଯନ୍ତ୍ରୀ ଚନ୍
ଉପରମୁଣ୍ଡରେ ବର୍ଷା ବଢିବା ଫଳରେ ହୀରାକୁଦରେ ଖୋଲିବ ଆଉ ୪ ଟି ଗେଟ୍ -ଜଳ ସମ୍ପଦ ମୁଖ୍ୟ ଯନ୍ତ୍ରୀ


ଭୁବନେଶ୍ୱର, 25 ସେପ୍ଟେମ୍ବର (ହି.ସ.) ଉପରମୁଣ୍ଡରେ ବର୍ଷା ବଢିବା ଫଳରେ ହୀରାକୁଦରେ ଖୋଲିବ ଆଉ ୪ ଟି ଗେଟ୍ । ମୋଟ ୨୦ ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେବ । ୩ ଲକ୍ଷ ୬୦ ହଜାର କ୍ୟୁସେକ ଜଳ ନିଷ୍କାସିତ ହେବ । ତଳେ ବିଶେଷ ବର୍ଷା ନଥିବାରୁ ସ୍ଥିତି ନିୟନ୍ତ୍ରଣରେ ରହିଛି । ଜଳ ସମ୍ପଦ ମୁଖ୍ୟ ଯନ୍ତ୍ରୀ ଚନ୍ଦ୍ର ଶେଖର ପାଢ଼ୀ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ଆସନ୍ତାକାଲି ମୁଣ୍ଡଳିରେ ସକାଳ ୮ ରୁ ୧୧ ଟା ମଧ୍ୟରେ ୬ ଲକ୍ଷ ଜଳ ପ୍ରବାହିତ ହେବ । ଶାଖା ନଦୀ ଗୁଡ଼ିକରେ ଜଳସ୍ତର ବଢିବ । କିନ୍ତୁ ବନ୍ୟା ସ୍ଥିତି ଦେଖିବାକୁ ମିଳିବ ନାହିଁ । ବର୍ଷା କମିଥିବାରୁ ବନ୍ୟା ସ୍ଥିତି କମିଛି ।

ସେ କହିଛନ୍ତି ଯେ, ଅନ୍ୟ କୌଣସି ନଦୀରେ ବନ୍ୟା ନାହିଁ। ଆଗକୁ ଥିବା ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶା ପ୍ରଭାବିତ ହେବ । ତେଣୁ ଦକ୍ଷିଣ ଓଡ଼ିଶା ଜିଲ୍ଲା ଗୁଡିକରେ ଥିବା ଜଳ ଭଣ୍ଡାର ଗୁଡିକରେ ଜଳ ସଂରକ୍ଷଣ ହୋଇ ରହିବ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande