ଭୁବନେଶ୍ୱର, 25 ସେପ୍ଟେମ୍ବର (ହି.ସ.) ଦ୍ଵିତୀୟ ଜାତୀୟ ମେଡିଏସନ ସମ୍ମିଳନୀ ଆୟୋଜନ ଆଗାମୀ 27 ଓ 28ରେ ଭୁବନେଶ୍ୱରରେ ହେବ । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ବି ଆର ଗଭାଇଙ୍କ ସମେତ ୧୦ ଜଣ ବିଚାରପତି ସାମିଲ ହେବେ। ୨୦୦ ଡେଲିଗେଟ ବା ମେଡିଏସନ ସ୍ପେସିଅଲିଷ୍ଟ ସମ୍ମିଳନୀରେ ଯୋଗ ଦେବେ। ଭାରତର ପ୍ରାୟ ସମସ୍ତ ହାଇକୋର୍ଟ ବିଚାରପତି ଆସିବେ। ୨୭ ତାରିଖ ସନ୍ଧ୍ୟା ରେ ଉଦଘାଟନ ହେବ। ତା ପରଦିନ ୫ ଟି ଟେକ୍ନିକାଲ ସେସନ ହେବ। କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘାୱାଲ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେବେ। ଅନ୍ୟ ରାଜ୍ୟର ଆଇନ ମନ୍ତ୍ରୀ ମାନେ ମଧ୍ୟ ଯୋଗ ଦେବେ। ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଓ ରାଜ୍ୟର ଆଡଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ ଏହି ସୂଚନା ଦେଇଛନ୍ତି ।
ସେମାନେ କହିଛନ୍ତି ଯେ, ମେଡିଏସନ ଲ ବା ମଧ୍ୟସ୍ଥତା ମାଧ୍ୟମରେ ବିଭିନ୍ନ ମକଦମାକୁ ସମାଧାନ କନସେପ୍ଟ ନେଇ ଆଗକୁ ବଢିବାକୁ ଯୋଜନା ରହିଛି ।ମେଡିଏସନ ଆଇନ ମାଧ୍ୟମରେ ପଡି ରହିଥିବା କୋଟି କୋଟି ମକଦମାକୁ ସମାଧାନ ପାଇଁ ଉଦ୍ୟମ ଜୋରଦାର ହେଉଛି। ବହୁ ମାମଲା ପେଣ୍ଡିଙ୍ଗ ହୋଇ ରହିଛି। ବୈବାହିକ ବିବାଦ, ଜମିବାଡ଼ି ବିବାଦ ଓ ଅନ୍ୟାନ୍ୟ ଛୋଟ ଛୋଟ ମକଦମା ଆଦି ପଡିକି ରହୁଛି। କିନ୍ତୁ ମେଡିଏସନ ଲ ମାଧ୍ୟମରେ କମ ସମୟରେ ସ୍ୱଳ୍ପ ଖର୍ଚ୍ଚରେ ଏହାକୁ ସମାଧାନ କରାଯିବ। ଓଡ଼ିଶାରେ ହେବାକୁ ଥିବା ମେଡିଏସନ ସମ୍ମିଳନୀରେ ସୁପ୍ରିମକୋର୍ଟ ସମେତ ଦେଶର ବିଭିନ୍ନ ହାଇକୋର୍ଟର ୧୭ ଜଣ ମୁଖ୍ୟ ବିଚାରପତି ଆସୁଛନ୍ତି। ମେଡିଏସନ ଇନଚାର୍ଜ ମାନେ ଆସୁଛନ୍ତି। ଲୋକଙ୍କ ମଧ୍ୟରେ ଜନ ଜାଗରଣ ସୃଷ୍ଟି କରିବା ହେଉଛି ଏହାର ଉଦେଶ୍ୟ ବୋଲି ସେ କହିଛନ୍ତି ।
ମେଡିଏସନ ଆକ୍ଟକୁ ରାଜ୍ୟରେ ବ୍ୟାପକ ଭାବେ କାର୍ଯ୍ୟକାରୀ କରିବାକୁ ଯୋଜନା ହୋଇଛି। ଏହାଦ୍ୱାରା ଜୁଡିସିଆରୀ ଉପରେ ଚାପ କମିବ।ସୁପ୍ରିମକୋର୍ଟର ସମସ୍ତ ବରିଷ୍ଠ ଜଜ, ସମସ୍ତ ହାଇକୋର୍ଟର ଜଜ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର କୁଳପତି ମାନେ ମଧ୍ୟ ସମ୍ମିଳନୀରେ ଯୋଗ ଦେବେ। ମେଡିଏସନର ବିଭିନ୍ନ ଦିଗ ବିଷୟରେ ଚର୍ଚ୍ଚା ହେବ। ଯାହା ଫଳରେ ଅନେକ ଦିଗଦର୍ଶନ ମିଳିବ। ରାଜ୍ୟରେ ନାରୀ ଅଦାଲତ ଆରମ୍ଭ ହୋଇଛି। ଷ୍ଟେଟ ଲିଗଲ ସର୍ଭିସ ଅଥରୀଟି ସହ ଗ୍ରାମାଞ୍ଚଳ ବ୍ୟବସ୍ଥାକୁ ଯୋଡିକି ମଧ୍ୟସ୍ଥତା ଜରୀଆରେ ସମାଧାନ ପାଇଁ ଉଦ୍ୟମ ହେବ। ସରକାର ଏହି ମଧ୍ୟସ୍ଥତା ଆଇନକୁ ସରକାର ତୃଣମୂଳ ସ୍ତରକୁ ନେବାକୁ ବ୍ୟାପକ ଯୋଜନା ହେଉଥିବା କହିଛନ୍ତି ଆଇନ ମନ୍ତ୍ରୀ। ଷ୍ଟେଟ ଲିଗଲ ସର୍ଭିସ ଅଥରୀଟି ଓ ଅଙ୍ଗନବାଡ଼ି କର୍ମୀଙ୍କୁ ଏହାର ସଠିକ କ୍ରିୟାନ୍ଵୟନ ପାଇଁ କାର୍ଯ୍ୟ କରିବାର ଯୋଜନା ହେଉଛି ବୋଲି ଆଇନମନ୍ତ୍ରୀ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ