ଭୁବନେଶ୍ୱର, 26 ସେପ୍ଟେମ୍ବର (ହି.ସ.) ସେବା ପର୍ବ ଅବସରରେ ୨୭ ତାରିଖରେ ଝାରସୁଗୁଡାରେ ଏକ ଯୁବ ସମ୍ମିଳନୀ ଆୟୋଜନ ହେବ । ପ୍ରଧାନମନ୍ତ୍ରୀ ଏହି ଯୁବ ସମ୍ମିଳନୀକୁ ସମ୍ବୋଧିତ କରିବେ । ଝାରସୁଗୁଡା ଜିଲ୍ଲା ଏବଂ ନିକଟବର୍ତ୍ତୀ ସୁନ୍ଦରଗଡ, ସମ୍ବଲପୁର, ଦେବଗଡ ଏବଂ ବରଗଡ଼ ଜିଲ୍ଲାର କଲେଜ ଛାତ୍ରଛାତ୍ରୀମାନେ ଏହି ସମ୍ମିଳନୀ ରେ ଅଂଶଗ୍ରହଣ କରିବେ ।
ଛାତ୍ରଛାତ୍ରୀମାନଙ୍କୁ କ୍ୟାରିଅର ପରାମର୍ଶ, ପ୍ଲେସମେଣ୍ଟର ଲାଭ, ଷ୍ଟାର୍ଟଅପ୍ ଏବଂ ଅନ୍ୟାନ୍ୟ ସମ୍ବନ୍ଧୀୟ ବିଷୟଗୁଡ଼ିକ ଉପରେ ପାରସ୍ପରିକ ଆଲୋଚନା ହେବ
ଛାତ୍ରଛାତ୍ରୀମାନଙ୍କୁ ଏନସିସି ବିଷୟରେ ଅବଗତ କରାଇବା ପାଇଁ ଏନସିସି ପାଇଁ ସ୍ୱତନ୍ତ୍ର ଭାବରେ ଗୋଟିଏ ଷ୍ଟଲ ରହିବ । ଏନେଇ ଉଚ୍ଚ ଶିକ୍ଷା ବିଭାଗ ତରଫ ରୁ ଉପ-ମହାନିର୍ଦ୍ଦେଶକ ଙ୍କୁ ନିର୍ଦେଶ ଦିଆଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ