ଭୁବନେଶ୍ୱର, 26 ସେପ୍ଟେମ୍ବର (ହି.ସ.) ରାଜ୍ୟ ସରକାରଙ୍କ ଅଧୀନରେ ଯେତେ ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ି ଅଛି ସେଗୁଡ଼ିକୁ ଅକ୍ଟୋବର ୧୫ ସୁଦ୍ଧା ସ୍କ୍ରାପିଂ କରାଯିବ। ‘ବାହନ’ ତଥ୍ୟ ଅନୁଯାୟୀ, ଏବେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଅଧୀନରେ ୬୨୪୧ଟି ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ି ଥିବାବେଳେ ସେଗୁଡ଼ିକୁ ନିକଟସ୍ଥ ପଞ୍ଜୀକୃତ ଗାଡ଼ି ସ୍କ୍ରାପିଂ ସୁବିଧା େକନ୍ଦ୍ରକୁ ନେଇ ତୁରନ୍ତ ସ୍କ୍ରାପିଂ କରିବାକୁ କୁହାଯାଇଛି। କେଉଁ ବିଭାଗ କେତେ ଗାଡ଼ି ସ୍କ୍ରାପିଂ କଲେ ତା’ର ଏକ ରିପୋର୍ଟ ପରିବହନ ବିଭାଗକୁ ପଠାଇବେ। ଏହି ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପଠାଇଲେ ଅର୍ଥ ମନ୍ତ୍ରଣାଳୟର ସହାୟତା ମିଳିବ। ଏ ନେଇ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ ସମସ୍ତ ବିଭାଗ ସଚିବଙ୍କୁ ଚିଠି ଲେଖିଥିବା ଜଣା ପଡିଛି ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ