ରାୟପୁର, 26 ସେପ୍ଟେମ୍ବର (ହି.ସ.)-ଛତିଶଗଡ଼ର
ରାଜଧାନୀ ରାୟପୁରରେ ପୋଲିସ ଓ ନକ୍ସଲ ବିରୋଧୀ ଦଳ ଏକ ବଡ଼ ସଫଳତା ହାସଲ କରିଛି। ଏଥିରେ ମାଓବାଦୀ
ସଂଗଠନ ସହ ଜଡିତ ଥିବା ଜଣେ ପତି-ପତ୍ନୀଙ୍କୁ ଗିରଫ କରାଯାଇଛି। ସେମାନେ ନକଲି ପରିଚୟ ପତ୍ରରେ
ରହୁଥିଲେ।
ପୋଲିସ ସୂତ୍ର କହିବା
ଅନୁଯାୟୀ,
ଏହି ନକ୍ସଲି ଦମ୍ପତିର ନାମ ଜଗ୍ଗୁ ଓରଫ ରମେଶ କୁରସମ୍ (୨୮ ବର୍ଷ) ଓ
କମଲା କୁରସମ୍ (୨୭ ବର୍ଷ) ଅଟେ। ସେମାନେ ମୂଳତଃ ବୀଜାପୁର ଜିଲ୍ଲାର ବାସିନ୍ଦା। ସେମାନେ
ଚଙ୍ଗୋରାଭାଠା ଅଞ୍ଚଳରୁ ଗିରଫ ହୋଇଛନ୍ତି।
ପୋଲିସ ତଦନ୍ତରେ ଏହି ପ୍ରମାଣ
ମିଳିଛି ଯେ, ଏହି
ଦୁହେଁ ମାଓବାଦୀ ସଂଗଠନ ସହ ସକ୍ରିୟ ଭାବେ ଜଡିତ ଥିଲେ। ପୋଲିସ ଦଳ ପୁରୁଷ ନକ୍ସଲ ରମେଶ କୁରସମ୍ଙ୍କୁ
ନେଇ ପଚାରାଉଚାରା କରୁଛି।
ଏହି ଅର୍ବନ ନକ୍ସଲମାନେ ଚିକିତ୍ସା
ବାହାନାରେ ଘର ଭଡା ନେଇଥିଲେ, ଏବଂ ସେଠାରେ ରହୁଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା