ମାଲକାନଗିରି, ୨୭ ସେପ୍ଟେମ୍ବର (ହି.ସ.)- ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଟିଗଲ ପଞ୍ଚାୟତ ଅନ୍ତର୍ଗତ ଏମ ପି ଭି - ୬୫ ଶ୍ରୀରାମପଲ୍ଲୀ ଗ୍ରାମ ଖେଳ ପଡ଼ିଆରେ ମା ଦୁର୍ଗା ଦେବୀଙ୍କ ପୂଜା ଉଦ୍ଦେଶ୍ୟରେ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଜିଲ୍ଲା ଏବଂ ଜିଲ୍ଲା ବାହାରୁ ମୋଟ ୮ଟି ଦଳକୁ ନେଇ ଏହି ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ମ୍ୟାଚରେ ଅତିଥି ମାନଙ୍କୁ ଏକ ଶୋଭାଯାତ୍ରାରେ ଖେଳ ପଡ଼ିଆରୁ ମଞ୍ଚ ନିକଟକୁ ନିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ବିଧାୟକ ପ୍ରତିନିଧି ନିହାର ରାୟ, ବିଜେପି ଜିଲ୍ଲା ସମ୍ପାଦକ ଭବାନୀ ଶଙ୍କର ମୁଖାର୍ଜୀ, ମାଲକାନଗିରି ବ୍ଲକ୍ ଉପାଧ୍ୟକ୍ଷ ନିରଞ୍ଜନ ହାଲଦାର, କାଲିମେଳା ବ୍ଲକ ବିଧାୟକ ପ୍ରତିନିଧି ହରବିଲାସ ମଣ୍ଡଳ, ପଡ଼ିଆ ବ୍ଲକ ବିଧାୟକ ପ୍ରତିନିଧି ମନଦିପନ ରାୟ, ପରିଚାଳନା କମିଟି ସଭାପତି ସୁମନ୍ତ ରାୟ, ସମ୍ପାଦକ ତୁଷା ର ସରଦାର ସମେତ ବହୁ ଫୁଟବଲ୍ ପ୍ରେମୀ ଉପସ୍ଥିତ ଥିଲେ ।
ପ୍ରଥମ ଉଦ୍ଘାଟନୀ ମ୍ୟାଚ ବିଜୟ ୱାରିଅର୍ସ ଓ ପି ଭି-୨ ରାୟଗଡ଼ ଟିମ୍ ମଧ୍ୟରେ ହୋଇଥିବା ବେଳେ ୬-୧ ଗୋଲରେ ବିଜୟ ୱାରିଅର୍ସ ଟିମ୍ ବିଜୟ ହାସଲ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ